EnewsOdia.Com

କମିଲା ସୁନା ଦର

କମିଲା ସୁନା ଦର । ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାରୁ ସେୟାର ମାର୍କେଟ ଦୋହଲିଯାଇଥିଲା । ଯାହାର ପ୍ରଭାବ ସୁନା ଉପରେ ପଡିଥିଲା । ଫଳରେ ଲଗାତର ଭାବେ ସୁନାର ମୂଲ୍ୟ ବଢିବାରେ ଲାଗିଥିଲା । ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା, ଯାହା ଗତ ୭ ବର୍ଷ ମଧ୍ୟରେ ଥିଲା ସବୁଠାରୁ ଅଧିକ । ତେବେ ୨ ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ତଳମୁହାଁ ହୋଇଛି ।

ମିଳିଥିବା ସୂଚନାଅନୁସାରେ , ଏବେ ଆମେରିକା  ଯୁଦ୍ଧ କରିବ ନାହିଁ ବୋଲି କହିବା ପରେ ନିବେଶକମାନେ ପୁଣି ସେୟାର ମାର୍କେଟ ଆଡକୁ ମୁହାଁଇଛନ୍ତି । ଯାହାଫଳରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି । ଆଜି ସକାଳେ ସୁନା ଦର ୧୦ ଗ୍ରାମ ପ୍ରତି ୩୯,୭୨୫ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା । ସକାଳ ସାଢେ ଦଶଟା ସୁଦ୍ଧା ସୁନା ଦର ୦.୩୮ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୩୯, ୬୭୮ ଟଙ୍କା ରହିଛି ।

ପଢନ୍ତୁ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ସମ୍ବନ୍ଧିତ ଖବର

ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

Ratnamani Maharana

ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

ରାଜଦ୍ରୋହ ଅଭିଯୋଗରେ ସାଉଦି ଆରବର ତିନି ଯୁବରାଜ ଅଟକ

Ratnamani Maharana

ପୁଣି ଏକ କନ୍ୟାସନ୍ତାନର ମା’ ହେଲେ ଶିଳ୍ପା ଶେଟ୍ଟୀ

Ratnamani Maharana

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

Ratnamani Maharana