ଆପଣ ସୁନା କିଣିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଟିକେ ଅପେକ୍ଷା କରନ୍ତୁ। କାରଣ ସୁନା ଦର ଆଉ କିଛି ମାସ ପରେ କମିବାର ସମ୍ଭାବନା ରହିଛି। ଏବେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩୯ ହଜାର ଟଙ୍କା ରହିଛି। ଏକ୍ସପର୍ଟଙ୍କ କହିବା କଥା, ଏହି ଦର କମି ୩୮ ହଜାର ଟଙ୍କା କିମ୍ବା ଏହାଠୁ କମ୍ ମଧ୍ୟ ହୋଇପାରେ। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଆଶ୍ଚର୍ଯ୍ୟଜନକ ଭାବେ କମିଛି। ଖାଲି ଏତିକି ନୁହେଁ, ଆମେରିକା-ଚୀନ୍ ମଧ୍ୟରେ ଟ୍ରେଡ୍ ୱାର୍(ବାଣିଜ୍ୟକ ଯୁଦ୍ଧ)ରେ ଏକ ବନ୍ଧୁତ୍ୱର ପୁନଃସ୍ଥାପନର ସଙ୍କେତ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଉଭୟ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡ୍ ୱାର୍କୁ ନେଇ ବହୁ ମୂଲ୍ୟ ଧାତୁର ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା।
ସେପଟେ ଭାରତ ସମେତ ଅନେକ ଦେଶରେ ସୁନାର ଚାହିଦା କମୁଥିବା ଦେଖିବାକୁ ମିଳିଛି। ଫଳରେ ଚାହିଦା କମ୍ ଯୋଗୁ ଏହାର ଦର ମଧ୍ୟ କମିବ ବୋଲି ଆଶଙ୍କା କରାଯାଉଛି। ବିବାହ ଉତ୍ସବରେ ଲୋକଙ୍କ ମଧ୍ୟରେ ପୂର୍ବଭଳି ସୁନାର ଚାହିଦା ବଢ଼ୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାର ଅର୍ଥ ଲୋକମାନେ ସେମାନଙ୍କର ଆବଶ୍ୟକ ଅନୁସାରେ ସୁନା କିଣୁଛନ୍ତି। ଏହାସହ ପୁରୁଣା ସୁନା ଦେଇ ଏହା ବଦଳରେ ନୂଆ ଗହଣା ତିଆରି କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସୁନା ଦର ଆହୁରି କମିବ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।
2 comments