News

ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା

Untitled 1

୧୦ ଗ୍ରାମ ପିଛା ଦର ଛୁଇଁଲା ୩୮ ହଜାର

ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଗତକାଲି ସୁନାର ଦାମ ୧୦ ଗ୍ରାମ ପିଛା ୧୧ ଶହ ୧୪ ଟଙ୍କା ବୃଦ୍ଧି ପାଇ ପାଖାପାଖି ୩୮ ହଜାର ଟଙ୍କାରେ ପହଂଚିଛି । ଗତ କିଛି ଦିନ ଭିତରେ ସୁନାଦରର  ବୃଦ୍ଧି ହୋଇଛି । ପ୍ରତିଦିନ ଅଳ୍ପ ବହୁତ ବୃଦ୍ଧି ବି ଜାରି ରହିଛି । ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ମାତ୍ର ଏବେ ସୁନାଦର ଗ୍ରାହକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି କରିଦେଉଛି।

ସୁନାରେ ନିବେଶ କଲେ ତାହା ସୁରକ୍ଷିତ ବୋଲି ନିବେଶକଙ୍କ ବିଶ୍ୱାସ ରହିଛି ତେଣୁ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଯୋଗୁଁ ସୁନାର ଦର ବଢିଛି । ସେଥିପାଇଁ ସେମାନେ ଷ୍ଟକ ବଜାରରେ ପାଣ୍ଠି ଲଗାଇବା ବଦଳରେ ଅଧିକ ପରିମାଣରେ ସୁନା କିଣୁଛନ୍ତି । ଗହଣା ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିବାହ ଋତୁର ଚାହିଦା ପୂରଣ କରିବା ପାଇଁ ଏବେ ଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି । ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ମହଙ୍ଗା  ହୋଇଛି । ଏହି କାରଣ ଯୋଗୁଁ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି ।
ପଢନ୍ତୁ: ପୂର୍ବ ରାଷ୍ଟ୍ରପତିଙ୍କୁ “ଭାରତ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ

Related posts

ରଥରେ ଶୟନ ମୁଦ୍ରାରେ ସେବାୟତ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Ratnamani Moharana

ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

Ratnamani Moharana

ଶେଷ ହେଲା କଟକ ବାଲିଯାତ୍ରା,୧୦୦ କୋଟିରୁ ଅଧିକ ବେପାର କରିଛନ୍ତି ବ୍ୟବସାୟୀ

ENO Beuro

Leave a Comment