VASTU

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

ଆମେ ସମସ୍ତେ ଜାଣିଛୁ ସୁନା ହଜିଲେ ଅଶୁଭ ହୋଇଥାଏ। ଯାହାର ସୁନା ହଜିଥାଏ ସେ ଭାରି  ଅସ୍ଥିର ହୋଇପଡ଼ନ୍ତି।  ସବୁ ଭବିଥାନ୍ତି ପରିବାରରେ କିଛି ନା କିଛି ଖରାପ ଘଟେ। ଖାଲି ହଜିଲେ ନୁହେଁ ଆଜ୍ଞା, ସୁନା ବିକିବା ବି ଏକ ପ୍ରକାର ଅଶୁଭ କାର୍ଯ୍ୟ ହୋଇଥାଏ। ଆପଣ ଜାଣନ୍ତି କି ସୁନା ବିକିବା କାହିିଁକି ଅଶୁଭ?

ଆସନ୍ତୁ ଜାଣିବା ସେ ସଂପର୍କରେ କିଛି କଥା-

  • ସୁନା ହେଉଛି ଏକ ସ୍ୱଚ୍ଛ ଉପାଦାନ। ତେଣୁ ଏହି ପଦାର୍ଥକୁ ଘରେ ରଖିଲେ ଘରୁ ନକରାତ୍ମକ ଶକ୍ତି ଦୂରହୋଇଥାଏ। ପରିବାରରେ ମଧ୍ୟ ମଙ୍ଗଳ ହୁଏ।
  • ସ୍ୱର୍ଣ୍ଣ ଦୈବ ଶକ୍ତିକୁ ଆକର୍ଷିତ କରାଏ। ଘରେ ସୁନା ଥିଲେ ଦେବାଦେବୀ ସନ୍ତୁଷ୍ଟ ରହନ୍ତି। ମୁଖ୍ୟତଃ ମାଆ ଲକ୍ଷ୍ମୀଙ୍କ କରୁଣା ବଜାୟ ରହେ।
  • ସୁନା ଏକ ଏପରି ପଦାର୍ଥ ଯାହାକୁ କେଉଁ ବି ଅସୁବିଧା ସମୟରେ ଆପଣ ଅର୍ଥ ପାଇଁ ବ୍ୟବହାର କରିପାରନ୍ତି। ସୁନା ସବୁ ମୁହୂର୍ତ୍ତରେ ବିକ୍ରି କରି ତା’ ମୁତାବକ ଟଙ୍କା ଆପଣ ପାଇପାରିବେ।
  • ସୁନା ହେଉଛି ବଂଶ ମର୍ଯ୍ୟାଦାର ପ୍ରତୀକ। ପାଖରେ ସୁନା ଥିଲେ ସମ୍ମାନ ବଢ଼େ। ଲୋକେ ଖାତିର ଦିଅନ୍ତି। ସୁନା ଥିବା ପରିବାରଙ୍କର ସଂସାରରେ ଭିନ୍ନ ପରିଚୟ। ସୁନା ବିକ୍ରି କରି ଦେଉଥିବା ଲୋକେ ଏକ ପ୍ରକାର ସର୍ବଗିଳା ଶ୍ରେଣୀରେ ନାମ ଲେଖାନ୍ତି।
  • ଯାହା ପାଖରେ ପ୍ରଚୁର ଟଙ୍କା ରହିଛି ତା’ର କୌଣସି ଚିନ୍ତା ନାହିଁ। ଯାହାର ପ୍ରଚୁର ସୁନା ରହିଛି ତାହାର ବି କିଛି ଚିନ୍ତା ଥାଏ କି? ସୁନା ଏକ ବହୁ ଉପକାରୀ ପଦାର୍ଥ। ଧନ, ସମତ୍ତିର ସମକକ୍ଷ ଏହି ପଦାର୍ଥ। ତେଣୁ ନିହାତି ଆବଶ୍ୟକ ନପଡ଼ିଲେ ସୁନା ବିକି ଶୂନ୍ୟ ହସ୍ତରେ ବସନ୍ତୁ ନାହିଁ।

ପଢନ୍ତୁ;

ଫଳ ଉପରେ ଲାଗିଥିବା ଷ୍ଟିକର ବିଷୟରେ କିଛି ଜାଣିଛନ୍ତି କି ? ଜାଣନ୍ତୁ ଏହି ଷ୍ଟିକର କଣ ସୂଚାଇଥାଏ ?

Related posts

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

ENO Beuro

ଛାତ୍ରମାନେ ସର୍ବଦା କେଉଁ ସବୁ କଥାରୁ ଦୂରେଇ ରହିବା ଉଚିତ ଜାଣନ୍ତୁ ? 

ENO Beuro

ଗରୁଡ ପୁରାଣରେ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ ରହିଛି କିଛି ଖାସ୍ ତଥ୍ୟ ; ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More