ଗିରଫ ହେଲେ ଗଲ୍‌ଫ୍‌ ଖେଳାଳି ଜ୍ୟୋତି ରାନ୍ଧଓ୍ବା

jyoti

ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ବନବିଭାଗ ଏକ .୨୨ ରାଇଫଲ ମଧ୍ୟ ଜବତ କରାଯାଇଛି ବୋଲି କାର୍ଟନିଆଘାଟ ଡିଏଫ୍‌ଓ ରମେଶ ପାଣ୍ଡେ ସୂଚନା ଦେଇଛନ୍ତି। ସେହିଭଳି ହରିୟାଣା ନମ୍ବର ରେଜିଷ୍ଟ୍ରି ଥିବା ଏକ ଦାମୀ ଗାଡ଼ି, କିଛି ଟଙ୍କା, ମୋବାଇଲ, ବନ୍ୟଜନ୍ତୁଙ୍କ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ରାନ୍ଧଓ୍ବାଙ୍କ ସହ ମହେଶ ବିରାଜଦାର ନାମକ ଅନ୍ୟଜଣେ ବ୍ୟକ୍ତିଙ୍କୁ ମଧ୍ୟ କାର୍ଟନିଆଘାଟ ନିକଟସ୍ଥ ମୋତିପୁର ରେଞ୍ଜରୁ ଗିରଫ କରାଯାଇଛି ବୋଲି ପାଣ୍ଡେ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

jyoti

ଜଣେ ବନ ଅଧିକାରୀ କହିଛନ୍ତି, କତର୍ନିଆଘାଟ ଅଞ୍ଚଳରେ ରନ୍ଧାୱାଙ୍କର ଗୋଟିଏ ଫାର୍ମ ଅଛି। ଗତ ତିନି ଦିନ ହେଲା ସେ ଗାଡ଼ିରେ ତାଙ୍କ ସହଯୋଗୀଙ୍କ ସହିତ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଗତ ମଙ୍ଗଳବାର ତାଙ୍କୁ ବନ ବିଭାଗ କର୍ମଚାରୀମାନେ ପ୍ରତିରୋଧ କରିଥିଲେ।

ସୂଚନାଯୋଗ୍ୟ,ଅଫିସିଆଲ୍‌ ଓ୍ଵାର୍ଲଡ୍‌ ଗଲ୍‌ଫ୍‌ ର‍୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୧୦୦ ତାଲିକାରେ ୨୦୦୪ ରୁ ୨୦୦୯ ମଧ୍ୟରେ ରାନ୍ଧ୍‌ଓ୍ଵା ଅନେକ ଥର ରହିଛନ୍ତି।

ପଢନ୍ତୁ; ସ୍କର୍ପିଓ ଧକ୍କାରେ ମହିଳାଙ୍କ ମୃତ୍ୟୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More