Loading...

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି।

ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି। ତେଣୁ ଘରର ସାଜସଜା ପ୍ରତି ଗୁରୁତ୍ୱ ଦେଇ ଥାଆନ୍ତି। ନୂଆ ବୋହୂର ବେଡ୍‌ରୁମ୍‌ କେଉଁଠି ରହିବ, ସେ କେଉଁ ବାଥରୁମ୍‌ ବ୍ୟବହାର କରିବ ଓ ବୋହୂ ରୁମ୍‌କୁ କେମିତି ସଜାଇଲେ ତାହା ଆକର୍ଷଣୀୟ ଦେଖାଯିବ, ଏଥିଲାଗି ସମସ୍ତେ ଲାଗି ପଡ଼ନ୍ତି। ହେଲେ ବ୍ୟସ୍ତତା ଭିତରେ ଏହାକୁ ନେଇ ଥିବା ବାସ୍ତୁ ଦିଗ ପ୍ରତି ଧ୍ୟାନ ଦେବାକୁ ଅଧିକାଂଶ ଲୋକ ଭୁଲି ଯାଆନ୍ତି।

ବୋହୂ ଆସିବା ପରେ ଯଦି ଘରେ ସୁଖଶାନ୍ତି ବଜାୟ ରହେ ଓ ସବୁକିଛି ଆଶାନୁରୂପ ଚାଲେ, ତା’ ହେଲେ ଅନେକ ଭାବନ୍ତି ନୂଆ ବୋହୂ ଘର ପାଇଁ ଶୁଭ। ଆଉ ଯଦି କିଛି ଗଡ଼ବଡ଼ ହୁଏ, ତା’ହେଲେ ସେହି ନୂଆ ବୋହୂକୁ କେହି କେହି ଦୋଷ ଦେଇ ଥାଆନ୍ତି। କିନ୍ତୁ ଏହା ଠିକ୍ ନୁହେଁ।  କାରଣ ଲୋକେ ଭୁଲି ଯାଆନ୍ତି ଯେ, ନୂଆବୋହୂ ଆସିବା ପୂର୍ବରୁ ସେମାନେ ଘରେ କିଛି ପରିବର୍ତ୍ତନ କରି ଥାଆନ୍ତି ଓ ତାହା ହିଁ ଭଲ ଅବା ଖରାପ ପ୍ରଭାବ ପକାଇ ଥାଏ।

ବୋହୂ ଆସିବା ପରେ ଯଦି ଘରର ଆର୍ଥିକ ସ୍ଥିତି ବିଗିଡିବାକୁ ଲାଗେ ଅବା ପୂର୍ବପେକ୍ଷା କଳହ ଅଧିକ ବଢିଯାଏ, ତା’ ହେଲେ ଆପଣ ଘରେ କରିଥିବା ପରିବର୍ତ୍ତନ ତା’ର କାରଣ ହୋଇପାରେ। ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ। ତେଣୁ ବୋହୂ ଉପରେ ଦୋଷ ନ ଲଦି ଘରର ବାସ୍ତୁ ଦୋଷ ଠିକ୍‌ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ।

କେଉଁ ପରିବର୍ତ୍ତନ ପକାଇଥାଏ ପ୍ରଭାବ:   ପୁଅବୋହୂଙ୍କ ଲାଗି ନୂଆ ବେଡରୁମ୍‌ ଓ ବାଥ୍‌ରୁମ୍ ଆଦି ସ୍ଥିର କଲା ବେଳେ ବାସ୍ତୁର ସାହାଯ୍ୟ ନିଅନ୍ତୁ। ଏପରିକି ଏଗୁଡ଼ିକରେ କିଛି ପରିବର୍ତ୍ତନ କରି ନୂଆ ବ୍ୟବସ୍ଥା କରୁଥିଲେ ବି ବାସ୍ତୁ ପ୍ରତି ଗୁରୁତ୍ୱ ଦିଅନ୍ତୁ। ବାସ୍ତୁ ଅନୁଯାୟୀ, ପୁଅବୋହୂଙ୍କ ଶୟନ କକ୍ଷ ଉତ୍ତର କିମ୍ୱା ଉତ୍ତର ପଶ୍ଚିମ ଦିଗରେ ରହିବା ଉଚିତ୍‌। ଏହି ସ୍ଥାନ ବଂଶବୃଦ୍ଧି ଲାଗି ସହାୟକ ହୋଇଥାଏ।

ସେହିପରି ବୋହୂର ବାଥରୁମ୍‌ ଘରର ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ କିମ୍ୱା ଦକ୍ଷିଣ-ପଶ୍ଚିମ କୋଣରେ ଭୁଲରେ ବି କରନ୍ତୁ ନାହିଁ। ଘରର ଦକ୍ଷିଣ ଦିଗକୁ ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ ନାହିଁ। ବାଥରୁମ୍‌ ଘରର ଉତ୍ତର ଦିଗରେ ହିଁ ନିର୍ମାଣ କରନ୍ତୁ।

ଟାଇଲ୍ସ ଓ ସାଜସଜ୍ଜା:  ନୂଆ ବୋହୂର  ସ୍ୱାଗତ ଲାଗି ଅନେକ ଲୋକ ଘରକୁ ନୂଆ ଲୁକ୍‌ ଦେଉଥିବା ବେଳେ ପୁରୁଣା ଭଙ୍ଗା ଟାଇଲ୍‌ ହଟାଇ ଦିଅନ୍ତୁ। ନ ହେଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଟାଇଲ୍‌ର ରଙ୍ଗ ବି ବାସ୍ତୁ ଅନୁସାରେ ଚୟନ କରନ୍ତୁ। ବୋହୂର  ରୁମ୍‌ରେ କୌଣସି ହିଂସ୍ର ଜୀବଜନ୍ତୁଙ୍କ ଫଟୋ କିମ୍ବା ନଟରାଜ ମୂର୍ତ୍ତି ରଖନ୍ତୁ ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.