Entertainment

ଅମରିଶ୍ ପୁରୀଙ୍କ ଜନ୍ମବାର୍ଷିକୀରେ ଡୁଡୁଲ୍ କରି ମନେ ପକାଇଲା ଗୁଗୁଲ୍

Untitled 1

ବଲିଉଡ୍ ର ଚର୍ଚ୍ଚିତ ଚେହେରା ତଥା ଅଭିନେତା ଅମରିଶ୍ ପୁରୀଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଗୁଗୁଲ୍ ଡୁଡଲ୍ କରି ତାଙ୍କୁ ମନେ ପକାଇଛି । ଗୁଗୁଲର ସର୍ଚ ବାକ୍ସରେ ଆଜି ଦେଖାଯାଉଛି ଅମରିଶ୍ ପୁରୀଙ୍କ ଫଟୋ। ୨୨ ଜୁନ୍ ୧୯୩୨ ରେ ପଞ୍ଜାବର ଜଳନ୍ଧରରେ ଜନ୍ମ ହୋଇଥିବା ପ୍ରତିଭାଶାଳୀ ଅଭିନେତା ଅମରିଶ୍ ପୁରୀ ୧୯୬୭ ରେ ପ୍ରଥମ ମରାଠି ସିନେମା “ଶନ୍ତତୁ ! କୋର୍ଟ ଚାଲୁ ଆହେ” ରେ ନଜର ଆସିଥିଲେ । ବଲିଉଡରେ ସେ ୧୯୭୧ ମସିହାରେ “ରେଶମା ଓର୍ ସେରା” ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ ।

ଖଳନାୟକ କିନ୍ତୁ ହିରୋଙ୍କଠାରୁ ବି ଅଧିକ ଲୋକପ୍ରିୟ

 

୮୦ ଦଶକରେ ପରଦା ଉପରେ ଛାତି ଥରାଇ ଦେଉଥିବା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଦେଖିଲେ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ଷଣକେ ଶଙ୍କି ଯାଉଥିଲେ।  ଏପରି ବ୍ୟକ୍ତି  ପ୍ରାୟତଃ  ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ  ଚରିତ୍ରକୁ ଜୀବନ୍ତ ଫୁଟାଇ ପାରୁଥିଲେ। ଯେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା  କେବଳ  ହିରୋଠାରୁ ମାଡ ଖାଇବା ଲାଗି ହିଁ ରହୁଥିଲା, ସେହି ସମୟରେ ତାଙ୍କ ଏଣ୍ଟ୍ରି  ଭିଲିଆନର ସଂଜ୍ଞା ବଦଳାଇ ଦେଇଥିଲା।

21 06 2019 Dong Mogambo 19331737 182512835

ଦୀର୍ଘ ବର୍ଷ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହସାଇବା ଓ କନ୍ଦାଇବା ସହ ଡରାଇବା ପରେ ୨୦୦୫ ମସିହା ଜାନୁୟାରୀ ୧୨ ତାରିଖରେ ଆଖି ବୁଜିଲେ ଏହି ମହାନ ଅଭିନେତା।  ମୃତ୍ୟୁ ବେଳକୁ ସେ ବ୍ଲଡ କ୍ୟାନସରରେ  ପୀଡିତ ଥିବା ଜଣାପଡିଥିଲା।

ପଢନ୍ତୁ: ରିଲିଜ୍‌ ହେଲା ପ୍ରେମ ଓ ବିଚ୍ଛେଦକୁ ନେଇ ଫିଲ୍ମ ‘କବୀର ସିଂହ’

Related posts

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ

ENO Beuro

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

ENO Beuro

ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯ ଜିତିଲେ ସୁଗନ୍ଧା ଦାତେ

Ratnamani Moharana

Leave a Comment