ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ ।
ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ । ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାଦୀପ ଉଠିବା ପରେ ହୋଇଥାଏ ମେଳଣ ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ତେବେ ଗତକାଲି ବର୍ଷା ଯୋଗୁଁ ମେଳଣ ସ୍ଥଗିତ ରଖାଯାଇଥିଲା । ପ୍ରତିକୂଳ ପାଗ ଓ ବର୍ଷା ଯୋଗୁ ଗତକାଲି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋସାଣି ଯାତ୍ରା ସ୍ଥଗିତ ରହିଥିଲା। ପରମ୍ପରା ଅନୁଯାୟୀ ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିରେ ପ୍ରାୟ ୬୦ଟି ମେଢ ଏକାଠି ହେବ। ସିଂହଦ୍ୱାରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୋସାଣି ଯାତ୍ରା ସମସ୍ତ ପ୍ରସ୍ତୁତି ସରିଛି।ବିଭନ୍ନ ପୂଜା ମଣ୍ଡପରେ ପୂଜାପାଇଥିବା ମା’ ବାରବାଟୀ, ଜହ୍ନିଖାଇ, ଶୂନ୍ୟଗୋସାଣି, ବେଲବାଇ, ଗେଲବାଇ , ନାଗା, ସିମ୍ପାଥି, ବୁଢାବୁଢିି, ଦଶମୁଣ୍ଡିଆ ରାବଣ ଆଦି ମା’ଙ୍କ ବିଭିନ୍ନ ରୂପର ଆକର୍ଷଣୀୟ ଗୋସାଣି ମୂର୍ତ୍ତିଙ୍କ ସମାଗମ ହୋଇଥାଏ। ପରେ ବିଳମ୍ବିତ ରାତିରେ ପ୍ରତିମା ଗୁଡିକର ଭସାଣି କରାଯାଏ।
ସେପଟେ ଆଜି ରାଉରକେଲାରେ ହେବ ଭସାଣ ଶୋଭାଯାତ୍ରା । ଗତକାଲି ଗୁରୁବାର ଥିବାରୁ କୌଣସି ମଣ୍ଡପରେ ଭସାଣି କରାଯାଇନାହିଁ । ତେଣୁ ଆଜି ରାତି ୮ ସୁଦ୍ଧା ସହରର ସବୁ ମୂର୍ତ୍ତି ମେଳଣ ପଡ଼ିଆରେ ଏକାଠି ହେବା ପରେ ଆରମ୍ଭ ହେବ ବିସର୍ଜନ ଶୋଭାଯାତ୍ରା । ଚଳିତବର୍ଷ ସହରର ୧୦୮ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ସେକ୍ଟର ୧୩ ମେଳଣ ପଡ଼ିଆରେ ସମସ୍ତ ପୂଜା ମଣ୍ଡପର ମେଢ଼ ଏକାଠି ହେଲା ବିସର୍ଜନ ପର୍ବ ଆରମ୍ଭ କରାଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।