POLITICALS

ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର

g

ବିଜେପିରେ ଯୋଗ ଦେଲେ ଗମ୍ଭୀର

ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ବିଜେପିରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। ଦିଲ୍ଲୀରେ ଥିବା ବିଜେପିର ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା ଗମ୍ଭୀର କହିଛନ୍ତି।

ଅନ୍ୟପକ୍ଷରେ ଗମ୍ଭୀର ଦଳରେ ସାମିଲ ହେବା ଯୋଗୁଁ ବିଜେପି ପାଇଁ ଲାଭଦାୟକ ହେବ ଏବଂ ସେ ଦଳ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଅରୁଣ ଜେଟଲୀ କହିଛନ୍ତି । ବିଜେପି ଲଗାତାର ଦେଶରେ ପ୍ରଭାବ ବିସ୍ତାର କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଗମ୍ଭୀର ଦଳରେ ସାମିଲ ହୋଇଛନ୍ତି ।

ଏହା ପୂର୍ବରୁ ବୀରେନ୍ଦ୍ର ସେହଓ୍ୱାଗ ମଧ୍ୟ ବିଜେପିରେ ମିଶିପାରନ୍ତି ବୋଲି କୁହାଯାଉଥିଲା। ହେଲେ କିଛି ଦିନ ତଳେ ଏହାକୁ ସେହଓ୍ୱାଗ ନିଜେ ଖଣ୍ଡନ କରିଥିଲେ।

ପଢନ୍ତୁ; ୨୯ରେ ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

Nirmala Sitharaman Today Taken Charge Of The Defence Ministry

ENO Beuro

ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

Ratnamani Moharana

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା: ପ୍ରଥମ ଦିନରେ ବିଜେପି ଉପରେ ବର୍ଷିଲେ

Ratnamani Moharana

Leave a Comment