ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ।
ବହୁଚର୍ଚ୍ଚିତ ଅଚ୍ଚର୍ନା ନାଗ ମାମଲା ଏବେ ନୂଆମୋଡ଼ ନେଇଛି। ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଇଡି ୩ ଜଣଙ୍କୁ ନୋଟିସ୍ କରିବ। ନୋଟିସରେ ଇଡି ପଚାରିଛି ଏତେ ଗୁଡ଼ିଏ ସମ୍ପତ୍ତି ତୁମେମାନେ ଏତେ କମ ଦିନରେ କେମିତି ଅର୍ଜନ କଲ, ତାର ଉତ୍ତର ରଖ। ଯଦି ଠିକ୍ ଭାବେ ଉତ୍ତର ନ ରଖି ପାରୁଛ, ତୁମ ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନ ହେବ, ତୁରନ୍ତ ଜଣାଅ। ଏଭଳି ଏକ ନୋଟିସ୍ ଧରି ଇଡି ଝାରପଡ଼ା ଜେଲ ଯାଇ ୩ ଜଣଙ୍କୁ ପ୍ରଦାନ କରିବାକୁ ସ୍ଥିର କରିଛି। ଇଡିର କେତେକ ଅଧିକାରୀ ଏଥିପାଇଁ ଦିଲ୍ଲୀ ଯାଇ ବରିଷ୍ଠ ଅଧିକାରୀ ଓ ଏଡଜୁକେଟିଙ୍ଗ୍ ଅଥରିଟିଙ୍କୁ ମଧ୍ୟ ଅବଗତ କରାଇଥିଲେ। ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବର ମାତ୍ର ୫ ବର୍ଷ ମଧ୍ୟରେ ସେକ୍ସୋଟର୍ସନ ମାଧ୍ୟମରେ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା କୁହାଯାଉଛି। ଯେଉଁ ଟଙ୍କା ତିନି ଜଣଙ୍କ ଆକାଉଣ୍ଟକୁ ଆସିଛି ତାର କୌଣସି ହିସାବ ମିଳୁ ନାହିଁ। ଅର୍ଥାତ ବେଆଇନ ଭାବେ ଟଙ୍କା କାରବାର ହୋଇଥିବା ସନ୍ଦେହ ଘନୀଭୂତ ହେଉଛି। ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଅନୁମତି ଦିଆଯାଉ। ଏଡଜୁକେଟିଙ୍ଗ୍ ଅଥରିଟି ଅନୁମତି ଦେବା ପରେ ଇଡି ୩ ଜଣଙ୍କ ସମ୍ପତ୍ତି ଆଟାଚ୍ କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।