News

ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

By ENO Beuro

June 20, 2018

ଜମ୍ମୁ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଜି ଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ଉପତ୍ୟକାରେ ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି ସହ ବିଜେପିର ମେଣ୍ଟ ସରକାର ଥିଲା । ମାତ୍ର ଗତକାଲି ବିଜେପି ସମର୍ଥନ ପ୍ରତ୍ୟାହାର କରିଥିଲା । ଏହାର ଦିନକ ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କରିଛନ୍ତି।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ରାଜ୍ୟପାଳ ଏନ୍‌ଏନ୍‌ ବୋରା ରାଜ୍ୟରେ ଶାସନ କରିବେ। ଏହା ହେବ ତାଙ୍କର ଚତୁର୍ଥ ପାଳି ଶାସନ। ୨୦୦୮, ୨୦୧୫ ଏବଂ ୨୦୧୬ରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା। ଆଉ ଅଳ୍ପ କିଛି ଦିନ ପରେ ବୋରା ତାଙ୍କର ଦ୍ୱିତୀୟ ପାଳି ଶେଷ କରିବାକୁ ଯାଉଥିଲେ। ଏବେ କିନ୍ତୁ, ଅଗଷ୍ଟ ୨୬ ତାରିଖ, ‘ଅମରନାଥ ଯାତ୍ରା’ ଶେଷ ହେବା ଯାଏଁ ସେ ରାଜଭବନରେ ରହିବେ।

ପଢନ୍ତୁ; ଚାଷୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି