News

ମହଙ୍ଗା ହେବାକୁ ଯାଉଛି ଓମ୍‌ଫେଡ୍‌ ପ୍ୟାକେଟ୍‌

Hhj

ମହଙ୍ଗା ହେବ ଅଧା ଲିଟର ଓମ୍‌ଫେଡ୍‌ ପ୍ୟାକେଟ୍‌ । ଏବେ ଅଧାଲିଟର ପ୍ୟାକେଟ୍‌ ଓଫେଡ୍‌ କିଣିବାକୁ ହେଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଗ୍ରାହକମାନଙ୍କୁ ।  କେନ୍ଦ୍ର ସରକାର  ଓମଫେଡ୍‌ ମାର୍କେଟିଙ୍ଗ୍‌ କରୁଥିବା ସମସ୍ତ ଡେୟାରୀ କମ୍ପାନୀମାନଙ୍କୁ ଏପରି କରିବା ପାଇଁ କହିଛନ୍ତି ।  ଯଦି ଗୋଟିଏ ଲିଟର କ୍ଷୀର ପ୍ୟାକେଟ୍ ଗ୍ରାହକ କିଣିବେ ତେବେ ତାଙ୍କୁ ପୁରୁଣା ମୂଲ୍ୟ ଦେବାକୁ ପଡିବ ।   କିନ୍ତୁ ଅଧା  ପ୍ୟାକେଟ୍‌ କିଣୁଥିବା ଗ୍ରାହକମାନଙ୍କୁ ଅଧିକ ଖର୍ଚ୍ଚ  କରିବାକୁ ପଡିବ । ସରକାର ସିଙ୍ଗଲ ୟୁଜ୍‌  ପ୍ଲାଷ୍ଟିକ୍‌ର ପ୍ରୟୋଗ କମ୍‌ କରିବା ପାଇଁ ଏହି ପଦକ୍ଷେପ ଉଠାଇଛନ୍ତି । ଇକୋନମିକ୍‌ ଟାଇମସ୍‌ ରିପୋର୍ଟ ଅନୁସାରେ ପଶୁପାଳନ ଏବଂ ଡେୟରୀ ସଚିବ ଅତୁଲ୍‌ ଚତୁର୍ବେଦୀ ଅମୂଲ ଏବଂ ଅନ୍ୟ ପ୍ରମୁଖ କମ୍ପାନୀ ମାନଙ୍କୁ ଅଧା ଲିଟର ପ୍ୟାକଟ୍‌ ର ଉତ୍ପାଦନକୁ ବନ୍ଦ୍‌ କରିବାକୁ କହିଛନ୍ତି । ଏହା ସହିତ କମ୍ପାନୀମାନଙ୍କୁ ଏକ ଲିଟର କ୍ଷୀରର ଖାଲି ପ୍ୟାକେଟ୍‌କୁ ପର୍ନବାର ବ୍ୟବହାର କରିବା ପାଇଁ କହିଛନ୍ତି ।

ଏକ ଲିଟର ଓମଫେଡ୍ କିଣି ଖାଲି ପ୍ୟାକଟ୍ ଫେରାଉଥିବା ଗ୍ରାହକ ମାନଙ୍କୁ ରିହାତି ଦେବାକୁ କୁହାଯାଇଛି । ଏହି ଖାଲି ପ୍ୟାକେଟ୍‌ ରାସ୍ତା ନିର୍ମାଣ କାର୍ଯରେ ଲାଗିବ ବୋଲି ସରକାର ଡେୟାରୀ କମ୍ପାନୀ ମାନଙ୍କୁ କହିଛନ୍ତି  । ଏଥିସହିତ ଅକ୍ଟୋବରରେ ଅଧା ଲିଟର ପ୍ୟାକେଟ୍‌ ର ଉତ୍ପାଦନ କମ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆାଯାଇଛି ।

ପଢନ୍ତୁ: ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Related posts

ଏବେ ଟ୍ରେନ ଟିକେଟରେ ରହିବ ଓଡିଆ ଲେଖା: ଉତ୍କଳ ଦିବସରୁ ହେବ ଶୁଭାରମ୍ଭ

Ratnamani Moharana

ତିତଲି ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ENO Beuro

ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Ratnamani Moharana

1 comment

ପାକିସ୍ତାନ ପ୍ରତି ବଡ ବିପଦ, ବିଶ୍ୱସ୍ତରରେ ହୋଇପାରେ କଳା ତାଲିକାଭୁକ୍ତ August 23, 2019 at 2:30 pm

[…] ମହଙ୍ଗା ହେବାକୁ ଯାଉଛି ଓମ୍‌ଫେଡ୍‌ ପ୍ୟାକେ… […]

Leave a Comment