31 C
Bhubaneswar
October 26, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଅଯୋଧ୍ୟା ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଲେ ସରକାର

ରାମ ମନ୍ଦିର ଟ୍ରଷ୍ଟ ନେଇ ସଂସଦରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଠନ ହୋଇଥିବା ଏହି ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରଖାଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ସରକାର ପ୍ରଥମେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଇଛନ୍ତି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ଏହି ପରିମାଣକୁ ଟ୍ରଷ୍ଟ୍‌କୁ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଟଙ୍କା ଖର୍ଚ୍ଚ କରିବେ ନାହିଁ। ଦାନରୁ ହିଁ ମନ୍ଦିର ନିର୍ମାଣ ହେବ। ଟ୍ରଷ୍ଟ୍‌ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଗ୍ରହଣ କରିବ ଏବଂ ଲୋକମାନେ ମଧ୍ୟ ଏଥିପାଇଁ ଟଙ୍କା ଦେଇପାରିବେ। ସ୍ଥାବର ସମ୍ପତ୍ତିକୁ ମଧ୍ୟ ଟ୍ରଷ୍ଟ୍‌କୁ ଦାନ କରିହେବ। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରକୁ ଗୋଟିଏ ଇଟା ଏବଂ ୧୧ ଟଙ୍କା ‌ଲେଖାଏଁ ଦାନ କରିବାକୁ କହିଥିଲେ।

ପଢନ୍ତୁ: କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତରଙ୍କ ଜୀବନ ନେଲା କରୋନା

Related posts

ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

Ratnamani Maharana

ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

Ratnamani Maharana

କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More