News

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

ବୃଦ୍ଧା ବାପା-ମାଆଙ୍କ ସେବାକୁ ସରକାର ବର୍ତ୍ତମାନ ଆଇନ ପରିସରର୍ଭୁକ୍ତ କରିଛନ୍ତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ସରକାରଙ୍କ ଏହିଆଇନ ଆଖିରେ ଧୂଳି ଦେଇପାରିବେ ନାହିଁ । କାରଣ ଖୁବ ଶୀଘ୍ର ସରକାର ଏହାକୁ ନେଇ ଏକ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ବୃଦ୍ଧା ବାପାମାଆଙ୍କୁ ହଇରାଣ କରୁଥିବା ପୁଅ ବୋହୂଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ନିୟମ ତ ପୂର୍ବରୁ ପ୍ରଚଳିତ ହୋଇସାରିଛି ମାତ୍ର ନୂଆ କଥା ହେଲା କି, ଏଣିକି ଯଦି କୌଣସି ପୁଅ ବୋହୂ ତାଙ୍କର ବୃଦ୍ଧା ବାପାମାଆଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ଆଇନ ଅନୁଯାଇ ଦଣ୍ଡ ମିଳିବ । ଖାଲି ଏତିକି ନୁହେଁ  ବୃଦ୍ଧା ବାପାମାଆଙ୍କୁ ଭରଣ ପୋଷଣ ପାଇଁ ଯାହା ସବୁ ଖର୍ଚ୍ଚ ହେବ ସେସବୁ ଟଙ୍କା ସରକାର ତାଙ୍କର ପୁଅ ବୋହୂଙ୍କ ନିକଟରୁ ହିଁ ଆଦାୟ କରିବେ ଆଉ ଏହି ଟଙ୍କାକୁ ସେମାନେ ଦେବାପାଇଁ ସଂପୂର୍ଣ୍ଣ ରୂପେ ବାଧ୍ୟ ।

ସୂଚନା ମୁତାବକ, ପୂର୍ବ ପ୍ରଚଳିତ ନିୟମ ଯଦିଓ ବର୍ତ୍ତମାନ ସମୟରେ ଜାରି ରହିଛି ତେବେ ଏଥିପାଇଁ ପୀଡିତାଙ୍କୁ ଉଭୟ ପୁଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥାଏ । ହେଲେ ସରକାରଙ୍କ ଏହି ନୂତନ ନିୟମରେ କିନ୍ତୁ ଆଉ ଏଭଳି ରହିବ ନାହିଁ । ଅଭିଯୋଗକାରୀମାନେ ଏଥିପାଇଁ କୌଣସି ଥାନା କିମ୍ବା କୋର୍ଟକୁ ନ ଯାଇ ଖାଲି ନୋଡାଲ ଅଫିସରଙ୍କ ନିକଟରେ ନିଜର ଅଭିଯୋଗ କରିପାରିବେ ଏବଂ ଯାହାଦ୍ୱାରା ସେମାନଙ୍କ ଭରଣ ପୋଷଣ ପାଇଁ ମିଳିବାକୁ ଯାଉଥିବା ଭତ୍ତା ପାଇଁ ହକଦାର ହୋଇପାରିବେ । ତେବେ ଏହି ଆଇନ ଆସିବା ଦ୍ୱାରା ଆଶା କରାଯାଉଛି କି, ଏହାଦ୍ୱାରା ଆଉ ବୃଦ୍ଧା ବାପାମାଆଙ୍କୁ  ଥାନା କିମ୍ବା କୋର୍ଟର ଚକ୍କର କାଟିବାକୁ ପଡିବନି ।

ପଢନ୍ତୁ ;

ଫିଲ୍ମଫେୟାର ପୁରସ୍କାର :ଇର୍ଫାନ, ବିଦ୍ୟା ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

Related posts

ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

ENO Beuro

ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ

ENO Beuro

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More