Loading...

ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌

ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌

ରାଜ୍ୟରେ କରୋନା ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସରକାର ନୂଆ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ ବିଭାଗ ଅଧା କର୍ମଚାରୀଙ୍କୁ ନେଇ କାମ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ କରୋନା ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସରକାର ନୂଆ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ ବିଭାଗ ଅଧା କର୍ମଚାରୀଙ୍କୁ ନେଇ କାମ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ। କର୍ମଚାରୀଙ୍କ ପାଇଁ କର୍ତ୍ତୃପକ୍ଷ ରୋଷ୍ଟର ଡ୍ୟୁଟି ଧାର୍ଯ୍ୟ କରିବେ। ଗର୍ଭବତୀ ଓ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଅଫିସ୍‌ ଆସିବା କିମ୍ବା ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ବାଧ୍ୟ ନ କରିବାକୁ କୁହାଯାଇଛି।ତେବେ ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସ ସମେତ ଯେଉଁ ଅଫିସଗୁଡ଼ିକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ସଂଶ୍ଳିଷ୍ଟ ଅଛନ୍ତି ସେଗୁଡ଼ିକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ଏହି ଅଫିସଗୁଡ଼ିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସେହିଭଳି ଷ୍ଟାଫ୍‌ ସିଲେକ୍ସନ କମିସନ, ପବ୍ଲିକ୍‌ ସର୍ଭିସ୍‌ କମିସନ, ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିସନ ପ୍ରଭୃତି ଅଫିସ୍‌ଗୁଡ଼ିକ ୭୫ ଭାଗ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେମାନେ ଘରୁ କାମ କରିପାରିବେ। ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.