24.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଏଣିକି ପୂର୍ଣ୍ଣ କ୍ଷମତା ଓ ଶନିବାର ଛୁଟିରେ ଚାଲିବ ସରକାରୀ ଅଫିସ

ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଥିବାବେଳେ ରାଜ୍ୟ ସରକାର ନିଜର ସମସ୍ତ ଅଫିସରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିଛନ୍ତି। ଅର୍ଥାତ୍‌ ସମସ୍ତ କର୍ମଚାରୀ ଅଫିସ୍‌ ଆସିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଛି। ସମସ୍ତ ସରକାରୀ କର୍ମଚାରୀ ଦୁଇ ଡୋଜ୍‌ ଟିକା ନେଇ ସାରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆଦେଶନାମାରେ ସ୍ପଷ୍ଟ କରାଯାଇଛି। ଯେଉଁମାନେ ସ୍ବାସ୍ଥ୍ୟଗତ କାରଣରୁ ଟିକା ନେଇ ପାରି ନାହାନ୍ତି, ସେମାନେ ଘରୁ କାମ କରିବା ପାଇଁ ଆବେଦନ କରିପାରିବେ। ସମ୍ପୃକ୍ତ କର୍ତ୍ତୃପକ୍ଷ ଆବେଦନର ବିଚାର କରି ନିଷ୍ପତ୍ତି ନେବେ। ଟିକା ନେଇସାରିଥିବା କୌଣସି କର୍ମଚାରୀ ଅନୁପସ୍ଥିତ ରହିଲେ ବା ଘରୁ କାମ କଲେ, ତାହାକୁ ସରକାରୀ ଆଦେଶ ଉଲ୍ଲଂଘନ ବୋଲି ଧରାଯିବ। ସମସ୍ତ କର୍ମଚାରୀ କୋଭିଡ୍‌ ନିୟମ ମାନି କାମ କରିବେ। ଯଦି କେହି ସଂକ୍ରମିତ ହେଲେ, ବିଭାଗୀୟ ପ୍ରୋଟୋକଲ ଅନୁଯାୟୀ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସମସ୍ତ ସରକାରୀ ଅଫିସ୍‌ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିଲା। କେବଳ ଜରୁରୀ ସେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଥିଲା। ଏବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଦେଶନାମା ବଳବତ୍ତର ରହିବ। ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ପଢନ୍ତୁ: WHOର ଭବିଷ୍ୟବାଣୀ ଅଗଷ୍ଟ ଶେଷ ଭାଗରେ ଆସିବ କରୋନା ତୃତୀୟ ଲହର

Related posts

ଏବେ ଡମ୍ପିଂୟାର୍ଡରେ ନପଡି କମ୍ପୋଷ୍ଟ ସେଣ୍ଟରରେ ପଡିବ ଅଳିଆ

Ratnamani Maharana

ସିଲ ହେଲା ଓୟୁଏଟିର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର

Ratnamani Maharana

ପ୍ରଥମ ବିଜ୍ଞାପନରୁ ସୋସିଆଲ ମିଡିଆରେ ଛାଇଗଲେ ନୀରଜ ଚୋପ୍ରା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More