News

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ଦେଶରେ କର୍କଟ ରୋଗ ସମସ୍ୟା ବଢି ବଢି ଯାଉଛି । ବହୁ ଲୋକ ଏଥିରେ ପୀଡିତ ହେଇ ମୃତ୍ୟୁ ବରଣ କରୁଛନ୍ତି । ଏହାର ସମାଧାନ ପାଇଁ ଚିନ୍ତା କରି, ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି  କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାର ଯୋଜନା କରିଛନ୍ତି  । ୨୦୧୪-୧୫ରୁ ଉନ୍ନିତ କରାଯାଇ କାର୍ଯ୍ୟକାରୀ ହେଉଥିବା ୩୧ଟି କର୍କଟ ଚିକିତ୍ସା କେନ୍ଦ୍ର ସହିତ ୪୯ଟି ନୂଆ କେନ୍ଦ୍ର କାର୍ଯ୍ୟ କରିବ ।

ସୋମବାର (୧୮ ସେପ୍ଟେମ୍ବର ) ଦିନ ପ୍ରଧାନମନ୍ତ୍ରୀ କାଯ୍ୟାଳୟ (ପିଏମଓ)ରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ୱସ୍ଥ୍ୟମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ଏହି ପ୍ରକଳ୍ପର ସମୀକ୍ଷା କରାଯିବ । ୩,୪୯୫ କୋଟି ଟଙ୍କା ଏଥିରେ ବ୍ୟୟ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ନ୍ୟାସ୍‌ନାଲ୍‌ ପ୍ରୋଗ୍ରାମ୍‌ ଫର୍‌ ପ୍ରିଭେନ୍‌ସନ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ଅଫ୍‌ କ୍ୟାନ୍‌ସର୍‌, ଡାଇବେଟ୍‌ସ୍‌, କାର୍ଡିଓଭାସ୍କୁଲାର ଡିଜିଜେସ୍‌ ଆଣ୍ଡ୍‌ ଷ୍ଟ୍ରୋକ୍‌ ଅଧୀନରେ ପର୍ଯ୍ୟାୟକ୍ରମେ ଏହି କର୍କଟ ଚିକିତ୍ସା କେନ୍ଦ୍ରଗୁଡ଼ିକ ଖୋଲାଯିବ।

ପ୍ରସ୍ତାବିତ କର୍କଟ କେନ୍ଦ୍ରଗୁଡ଼ିକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଆଞ୍ଚଳିକ କର୍କଟ କେନ୍ଦ୍ର ଓ ସରକାରୀ ମେଡିକାଲ କଲେଜଗୁଡ଼ିକରେ ସ୍ଥାପନ କରାଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ବର୍ତମାନ ଦେଶରେ ୧୨୦୦ ରେଡିଓଥେରାପି ମେସିନ ଦରକାର ପଡୁଥିବା ବେଳେ, ମାତ୍ର ୬୦୦ଟି ମେସିନ ରହିଛି । ପ୍ରସ୍ତାବିତ ଯୋଜନା ଅନୁସାରେ ୧୭୫ ରେଡିଓଥେରାପି ମେସିନ ଲଗାଯିବ ।

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କ୍ୟାନ୍‌ସର୍‌ ସେଣ୍ଟର୍‌ ଖୋଲିବାକୁ ସରକାରଙ୍କ ଯୋଜନା   ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ର ହରତାଲ

Related posts

ସିପୁନର ଆଖି ଅପରେସନରେ ସହାୟକ ହେବେ ଅନୁଭବ

Krishna Kumar Manoj

ପିଲାଚୋର ଗୁଜବକୁ ନେଇ ଭିଡିଓ ଭାଇରାଲ କଲେ ମିଳିବ ଜେଲ୍‌ ଦଣ୍ଡ !

ରାଜ୍ୟରେ ତାପମାତ୍ରା ବୃଦ୍ଧି : ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More