Entertainment

ଡ୍ୟାନ୍ସିଂ ଅଙ୍କଲ୍‌ଙ୍କ ଡ୍ୟାନ୍ସ ଭିଡିଓ ଦେଖି କ’ଣ କହିଲେ ଗୋବିନ୍ଦା ଜାଣନ୍ତୁ?

ପୂର୍ବରୁ ଡ଼୍ୟାନ୍ସିଂ ଅଙ୍କଲ୍‌ଙ୍କ ନୃତ୍ୟକୁ ବି-ଟାଉନ୍‌ର କଳାକାର ଅନୁଷ୍କା ଶର୍ମା , ଅର୍ଜୁନ୍‌ କପୁର , ରବିନା ଟଣ୍ଡନ୍‌ ଆଦି ପ୍ରଶଂସା କରିସାରଛନ୍ତି

ବିଗତ କିଛି ଦିନ ହେବ ଇଣ୍ଟରନେଟ୍‌ରେ ଡ଼୍ୟାନ୍ସିଂ ଅଙ୍କଲଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଡ୍ୟାନ୍ସିଂ ଅଙ୍କଲ ଜଣକ ଅଧ୍ୟାପକ ସଞ୍ଜୀବ ଶ୍ରୀବାସ୍ତବ ।ଏହି ଭିଡିଓ ଦେଖି ଖୁସି ହୋଇଛନ୍ତି ବଲିଉଡର ଡ୍ୟାନ୍ସିଂ ମାଷ୍ଟର ଗୋବିନ୍ଦା । ଗତ ୩ ଦଶନ୍ଧି ହେବ ଗୋବିନ୍ଦାଙ୍କ ଡ୍ୟାନ୍ସକୁ ଫଲୋ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ଜଣକ ଏକ ବିବାହ ଉତ୍ସବରେ ମନ ଭରି ନାଚିଥିଲେ ।

ଏହି ଭିଡ଼ିଓ ଦେଖିବା ପରେ ଅଭିନେତା ଗୋବିନ୍ଦା ତାଙ୍କ ପ୍ରତିକ୍ରିୟା ମିଡ଼ିଆକୁ ଜଣାଇଛନ୍ତି ।  ମୁଁ ଶ୍ରୀବାସ୍ତବଙ୍କର ନାଚ ଭିଡ଼ିଓ ଦେଖିଲି । ମୁମ୍ବାଇରେ ମତେ ଜଣେ ସେୟାର କରିଥିଲେ । ମୁଁ ଏଥିପାଇଁ ପ୍ରଥମେ ତାଙ୍କୁ ବହୁତ ଧନ୍ୟବାଦ ଜଣାଇବାକୁ ଚାହିଁବି । ମୁଁ ମୋ ସ୍ତ୍ରୀ ସୁନୀତାଙ୍କୁ ମଧ୍ୟ ଏହି ଭିଡ଼ିଓ ଦେଖାଇଥିଲି । ଏହି ଭିଡ଼ିଓର ବିଶେଷତ୍ୱ ଏହାକି ତାଙ୍କୁ ନିଜକୁ ଜଣାନାହିଁ ସେ କଣ କଣ ନୃତ୍ୟ ଭଙ୍ଗୀ ଏବଂ କେତେ ସହଜ ଉପାୟରେ କରୁଛନ୍ତି ।

ମତେ ଏପରି ଭାବେ ଅନୁସରଣ କରୁଥିବା ଦେଖି ବହୁତ ଖୁସି ଲାଗିଲା “ବୋଲି କହିଛନ୍ତି ଅଭିନେତା ଗୋବିନ୍ଦା ।ଏଥି ସହ “ଶ୍ରୀବାସ୍ତଙ୍କୁ ଏପରି ନୃତ୍ୟ କରୁଥାନ୍ତୁ ଏବଂ ସେ ଯେପରି ତାଙ୍କ ସ୍ତ୍ରୀଙ୍କ ସହ ନୃତ୍ୟ କରୁଛନ୍ତି ତାହା ତାଙ୍କୁ ବହୁତ ପସନ୍ଦ ଆସିଲା” ବୋଲି କହିଛନ୍ତି ଗୋବିନ୍ଦା ।

ଏହାପରେ ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏମିତିକି ଜଣେ ବିଦେଶୀ ମଡେଲ୍‌ ପ୍ରଫେସରଙ୍କ ଭିଡିଓ ଦେଖି ନିଜେ ଏହାକୁ ପ୍ରାକ୍ଟିସ୍‌ କରିଥିଲେ। ବିଦେଶରେ କାର୍ଯ୍ୟବ୍ୟସ୍ତ ଥିବା ଗୋବିନ୍ଦା ଏବେ ଏହି ଭିଡିଓକୁ ଦେଖି ଖୁସି ପ୍ରକାଶ କରିଛନ୍ତି। ତାଙ୍କ ପୁରୁଣା ଗୀତର ଡ୍ୟାନ୍ସରେ ଜଣେ ପ୍ରଫେସର ଏମିତି ନାଚିପାରନ୍ତି ଦେଖିବା ପରେ ସେ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଖୁସି ମଧ୍ୟ ହୋଇଛନ୍ତି ।

ଡ୍ୟାନ୍ସିଂ ଅଙ୍କଲ୍‌ଙ୍କ ଡ୍ୟାନ୍ସ ଭିଡିଓ ଦେଖି କ'ଣ କହିଲେ ଗୋବିନ୍ଦା ଜାଣନ୍ତୁ? ଡ୍ୟାନ୍ସିଂ ଅଙ୍କଲ୍‌ଙ୍କ ଡ୍ୟାନ୍ସ ଭିଡିଓ ଦେଖି କ’ଣ କହିଲେ ଗୋବିନ୍ଦା ଜାଣନ୍ତୁ? dancing uncle and govinda

ପଢନ୍ତୁ ;

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

Related posts

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

Krishna Kumar Manoj

ନୂଆ ଓଡିଆ ଚଳଚିତ୍ର “ଲୋକାଲ୍ ଟୋକା ଲଭ ଚୋଖା”ର ଶୁଭ ମହୁରତ୍

ନୂଆ ଓଡିଆ ଚଳଚିତ୍ର ଯୋଗୀର ଅଡିଓ ରିଲିଜ୍ ହୋଇସାରିଛି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More