Loading...

ଚିଟଫଣ୍ଡ ଠକେଇ ମାମଲାରେ ଗୋବିନ୍ଦାଙ୍କୁ ପଚରାଉଚରା କରିବ ଓଡ଼ିଶା ଇଓଡବ୍ଲୁ

ଚିଟଫଣ୍ଡ ଠକେଇ ମାମଲାରେ ଗୋବିନ୍ଦାଙ୍କୁ ପଚରାଉଚରା କରିବ ଓଡ଼ିଶା ଇଓଡବ୍ଲୁ

ସୋଲାର ଟେକ୍ନୋଲୋଜି ଆଲିଆନ୍ସର ଲଞ୍ଚ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଭଦ୍ରକ, କେନ୍ଦୁଝର, ବା‌ଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ କମ୍ପାନି ୩୦ କୋଟି ଟଙ୍କା ସଂଗ୍ରହ କରିଛି।

୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ଅନଲାଇନରେ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି। ଲୋକଙ୍କ ଠାରୁ ଏହି ଟଙ୍କା ଠକେଇ ମାମଲାର ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବାନେଇ ସୂଚନାଦେଇଛନ୍ତି EOW IG ଜୟନାରାଣ ପଙ୍କଜ।

ସୂଚନାନୁସାରେ, ‘ଜୁଲାଇରେ ଗୋଆଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋଲୋଜି ଆଲିଆନ୍ସର ଲଞ୍ଚ୍ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଭଦ୍ରକ, କେନ୍ଦୁଝର, ବା‌ଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ କମ୍ପାନି ୩୦ କୋଟି ଟଙ୍କା ସଂଗ୍ରହ କରିଛି। ଏଥିସହିତ  ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟରେ ନିବେଶକ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଛନ୍ତି।

ତାଙ୍କୁ କଣ କହି ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା।  କେତେ ଟଙ୍କା ନେଇଥିଲେ। ଏହା ଏକ ଠକେଇ ସଂସ୍ଥା ବୋଲି ସେ ଜାଣି ଥିଲେ କି। ଏଭଳି ପ୍ରଶ୍ନ ପଚରା ଯିବ। ତେବେ ଇବେ ସେ ଅଭିଯୁକ୍ତ ନୁହନ୍ତି ବୋଲି EOW IG ଜୟନାରାଣ ପଙ୍କଜ ସୂଚନା ଦେଇଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.