Entertainment

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ !

ଲିଡ୍‌ ରୋଲ୍‌ରେ ନଜର ଆସିବେ ଗୋବିନ୍ଦା

ଦୀର୍ଘଦିନ ପରେ ପୁଣି ବଡ଼ ପରଦାରେ ନଜର ଆସିବେ ଗୋବିନ୍ଦା । ଏକ ଦମଦାର ରୋଲ ସହ ଖୁବଶୀଘ୍ର ଫେରିବେ ଗୋବିନ୍ଦା । ବିଭିନ୍ନ ଘୋଟାଲାରେ ପଳାତକ ଘୋଷିତ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ନେଇ ନିର୍ମାଣ ହେଉଛି ଫିଲ୍ମ । ସିନେମାର ନାଁ  ରହିଛି  ‘ରଙ୍ଗିଲା ରାଜା’। ଏଥିରେ ଲିଡ୍‌ ରୋଲ୍‌ରେ ଆସିବେ ଗୋବିନ୍ଦା ।

ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ପହଲାଜ ନିହଲାନୀ । ସିନେମାକୁ ନେଇ ଦର୍ଶକେ ଯେତିକି ଉତ୍ସାହିତ ନିର୍ମାତା ନିର୍ଦ୍ଦେଶକ ମଧ୍ୟ ସେତିକି ଆଶାବାଦୀ ।ପଳାତକ ମାଲ୍ୟାଙ୍କ ଦୁର୍ନୀତି ଓ ରୋମାନ୍ସ, ପରଦାରେ ଦର୍ଶକ ଦେଖିବାକୁ ପାଇବେ । ସିନେମାଟି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଓ ତାଙ୍କ କିଙ୍ଗଫିସ୍‌ର କ୍ୟାଲେଣ୍ଡରୁ ପ୍ରେରିତ ହୋଇ ନିର୍ମାଣ କରାଯାଉଥିବା ପହଲାଜ କହିଛନ୍ତି। ତେବେ ଏଥିରେ ଗୋବିନ୍ଦାଙ୍କ ଚରିତ୍ର କିପରି ରହିବ ତାହା କହିବାକୁ ସେ ମନା କରିଦେଇଛନ୍ତି ।

ଫିଲ୍ମର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଗତ ସପ୍ତାହରେ ଏହାର ଏକ ଗୀତ ଶୁଟିଂ ସରିଛି। ଫିଲ୍ମରେ କିଙ୍ଗ ଫିସର କ୍ୟାଲେଣ୍ଡର ଓ ଏୟାରଲାଇନ୍ସକୁ ସ୍ଥାନ ଦିଆଯାଇଥିବା ଶୁଣିବାକୁ ମିଳୁଛି। ଦୀର୍ଘ ୩୫ ବର୍ଷ ପରେ ଗୋବିନ୍ଦା ପୁଣି ଥରେ ପହଲାଜ ନିହଲାନୀଙ୍କ ସହ କାମ କରୁଛନ୍ତି ।  ‘ରଙ୍ଗିଲା ରାଜା’ ଆସନ୍ତା ଅଗଷ୍ଟରେ ରିଲିଜ୍‌ ହେବାର ଯୋଜନା ରହିଥିବା କହିଛନ୍ତି ନିର୍ଦ୍ଦେଶକ ।

ବିଜୟ ମାଲ୍ୟାଙ୍କ ଉପରେ ହେବ ସିନେମା ‘ରଙ୍ଗିଲା ରାଜା’ ! gobinda and vijaya

ପଢନ୍ତୁ ; ପିଲାଚୋର ଗୁଜବକୁ ନେଇ ଭିଡିଓ ଭାଇରାଲ କଲେ ମିଳିବ ଜେଲ୍‌ ଦଣ୍ଡ !

Related posts

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ENO Beuro

ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

ENO Beuro

AD Entertainment Presents New Odia Music Video “Pakhe Pakhe”

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More