News

ମୋଦି ସରକାରଙ୍କ ବଡ ଘୋଷଣା: ସବୁ ଯବାନ ବିମାନରେ ଯିବେ

ଏଥର ବିମାନରେ ଯାତାୟତ କରିବ ସେନା

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କିବାଦୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ପ୍ରାଣ ହରାଇବା ପରେ ଏବେ କେନ୍ଦ୍ର ସରକାରଙ୍କ ଚେତା ପଶିଛି। ସରକାର ଭବିଷ୍ୟତରେ ଏଭଳି ଘଟଣା ଏଡାଇବାକୁ ଆଜି ଏକ ବଡ ନିଷ୍ପତି ନେଇଛନ୍ତି। ଏଣିକି କେନ୍ଦ୍ରୀୟ ସଶସ୍ର ପୁଲିସ ବଳର ସମସ୍ତ ଯବାନ ଓ ଅଧିକାରୀ ବିମାନରେ ଯାତ୍ରା କରିବେ ଓ ସରକାର ସେଥିପାଇଁ ସେମାନଙ୍କୁ ଭତ୍ତା ପ୍ରଦାନ କରିବେ।

ଏହି ଆଦେଶକୁ ଗୁରୁବାରଠୁ ପାଳନ କରିବା ପାଇଁ ଘୋଷଣା କରାଯାଇଛି। ସେନା ବାହିନୀଙ୍କ ମୁଖ୍ୟଙ୍କୁ ଏହି ସୂଚନା ବିଷୟରେ ବୁଧୁବାର ଦିନ ସୂଚନା ଦିଆଯାଇସାରିଛି।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ପୁଲଓ୍ୱାମାରେ ଭୟଙ୍କର ଆତଙ୍କୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଗଲେ । ଆକ୍ରମଣର ପରେ ପରେ ମୋଦି ସରକାର ପାକିସ୍ତାନ ବିପକ୍ଷରେ ବଡ଼ ନିଷ୍ପତ୍ତି ନେଇ ପାକିସ୍ତାନଠାରୁ ମୋଷ୍ଟ ଫେବର୍ଡ ନେଶନର ମାନ୍ୟତା ହଟାଇ ନେଇଛନ୍ତି।

ପଢନ୍ତୁ; ପୁଣି ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା, ୫୦୦ କିଲୋ ବିସ୍ପୋରକ ବ୍ୟବହାରର ପ୍ରସ୍ତୁତି

Related posts

ନିର୍ବାଚନୀ ବିଜ୍ଞାପନ ପାଇଁ ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ବିଜ୍ଞାପନ ଖର୍ଚ୍ଚ

Ratnamani Moharana

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

ENO Beuro

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

ENO Beuro

Leave a Comment