News

କେନ୍ଦ୍ର ସରକାରଙ୍କ ନିଷ୍ପତି:ଚିଲିକାରେ ହେବନି ଜଳ ବିମାନ ବନ୍ଦର

By Krishna Kumar Manoj

September 12, 2018

ଚିଲିକାରେ ଜଳ ବିମାନ ବନ୍ଦର ନହେବାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ପଖାପାଖି ୧୦ ଲକ୍ଷ ପକ୍ଷୀ ପ୍ରଭାବିତ ହେଉଥିବା ବେଳେ ଜଳଚର ଜୀବ ମାନଙ୍କ ଜୀବନ ପ୍ରତି ଏହା ବିପଦ ପକାଇବା ବୋଲି ଜଣା ପଡିଛି। ଚିଲିକାରେ ଜଳ ବିମାନ ବନ୍ଦର ପ୍ରସ୍ତାବକୁ ପୁର୍ବରୁ ବହୁ ସଂଗଠନ ବିରୋଧ କରିଥିଲେ। ତେବେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଜିଏ ବିଭାଗକୁ ଜଣାଇଥିଲେ । ଏହାପରେ ଏ ସମ୍ପର୍କରେ ସିଡିଏ ସେପ୍ଟେମ୍ବର ୪ ତାରିଖରେ ଏଏଆଇକୁ ଜଣାଇଥିଲା। ରାଜ୍ୟ ସରକାର ମଧ୍ୟ ଚିଲିକାରେ ଜଳ ବିମାନ ବନ୍ଦର ହେବାକୁ ବିରୋଧ କରିଥିଲେ।

ଚିଲିକାରେ ଜଳ ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରୋଜେକ୍ଟରୁ ଓହରିଥିବା ଜଣାଇଛନ୍ତି।

ଅନ୍ୟପଟେ ଚିଲିକାରେ ଜଳ ବିମାନ ବନ୍ଦର କରାଗଲେ ଲକ୍ଷ ଲକ୍ଷ ପକ୍ଷୀ,ଜଳଚର ଜୀବ ଓ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ପ୍ରଭାବିତ ହେବେ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଇଥିଲା।

ପଢନ୍ତୁ;ବାଧୁଛି ଜେଲ ଦଣ୍ଡ,ରାଜକ୍ଷମା ଲୋଡ଼ିଲେ ଆଶାରାମ