POLITICALS

ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ମାନୁ ନାହାନ୍ତି ସରକାର

Bb.jpg 90 750x430

ଲୋକେ ମଦ ପିଇ ମାତାଲ୍। ସରକାର ବି ମଦରୁ ରାଜସ୍ୱ କମାଇ ମାଲାମାଲ୍। ହେଲେ ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ଭୁଲି ଯାଇଛନ୍ତି ସରକାର। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଚିଠି ଖୋଲିଛି ଗୁମର। ଲୋକଙ୍କ ଭିତରେ ସଚେତନା ସୃଷ୍ଟି ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏ ବାବଦରେ ମଦ ନିଗମ ପ୍ରଥମ ବର୍ଷ ୨କୋଟି ଖର୍ଚ୍ଚ କରିଥିଲେ ବି ଗଲା ୩ ବର୍ଷ ହେଲା ଟଙ୍କାଟିଏ ବି ଖର୍ଚ୍ଚ କରିନି।

ନିର୍ବାଚନ ବେଳେ ଭଦ୍ରକ ତିହିଡିର ମଦମୃତ୍ୟୁ ବିଭୀଷିକା ଏବେ ବି ତାଜା ରହିଛି । ବିଷାକ୍ତ ମଦ ପିଇ ଏଠି ଚାଲିଯାଇଥିଲା ୧୨ ଅମୂଲ୍ୟ ଜୀବନ । ମଦ ପିଇ ବେପରୁଆ ଗାଡି ଚାଳନା ଓ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ସେପଟେ ମଦରୁ ପ୍ରତିବର୍ଷ ରାଜସ୍ୱ ଆଦାୟ   ବଢିଚାଲିଛି।

 

୨୦୧୭-୧୮ ବର୍ଷରେ ମଦରୁ ୩ ହଜାର ୨୨୧ କୋଟି ମିଳିଥିବା ବେଳେ ୧୮-୧୯ ବର୍ଷରେ ଏହା ୨୧ ପ୍ରତିଶତ ବଢି ୩ ହଜାର ୯୨୫ କୋଟି ହୋଇଥିଲା । ତେବେ ଏତେ ଟଙ୍କା ରାଜସ୍ୱ ମିଳିଥିଲେ ବି ସରକାର ନିଶାନିବାରଣ ପାଇଁ ଆନ୍ତରିକତା ଦେଖାଉନାହାଁନ୍ତି।   ସେପଟେ ଅବକାରୀ ବିଭାଗ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତେବେ ମଦ ନିଗମ କହିଛି ସରକାରଙ୍କ ନିର୍ଦ୍ଦେଶ ମିଳିଲେ ନିଶାନିବାରଣ ପାଇଁ ଟଙ୍କା ଖର୍ଚ୍ଚ କରିବ।

ପଢନ୍ତୁ: ନିୟମକୁ ଖୁଲମଖୁଲା ଉଲ୍ଲଂଘନ କଲେ ଅତିରିକ୍ତ ଆର୍‌ଟିଓ

Related posts

ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି

Ratnamani Moharana

ବଦଳିଲା ମେଡିକାଲ ବଣ୍ଡ୍ ପଲିସି,ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

Ratnamani Moharana

ଶଙ୍ଖ ଛାଡି ପଦ୍ମ ଧରି ପାରନ୍ତି ସିଦ୍ଧାନ୍ତ ମହାପାତ୍ର !

ENO Beuro