EnewsOdia.Com

ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ସପ୍ତାହ ୭ ଦିନ ଭିତରେ ସମସ୍ତଙ୍କୁ ରବିବାରର ଅପେକ୍ଷା ରହିଥାଏ । କାରଣ ପୁରା ୭ ଦିନରେ ଭିତରେ ଗୋଟିଏ ଦିନ ହିଁ ଛୁଟି ମିଳିଥାଏ । ଆଉ ଏହି ଛୁଟିଦିନଟିକୁ ଆପଣ ମନଭରି ଉପଭୋଗ କଲେ ମଧ୍ୟ କେମିତି ଯେ ଦିନଟି ବିତିଯାଏ, ତାହା ଜଣାପଡେନି । ଆଉ ଆପଣଙ୍କ ମନରେ ଆଶା ରହିଥାଏ ଆଉ ଏକ ଦିନର ଛୁଟିକୁ ନେଇ । ଏଣିକି ସପ୍ତାହରେ ୫ଦିନ କାମ କରି ବାକି ୨ଦିନ ଛୁଟିରେ ରହିବେ କର୍ମଚାରୀ । ସରକାରୀ କର୍ମଚାରୀଙ୍କୁ ଏହିଭଳି କିଛି ଉପହାର ଦେଇଛନ୍ତି ମହାରାଷ୍ଟ୍ର ସରକାର । ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀଙ୍କୁ ଦୁଇ ଦିନିଆ ଛୁଟି ମିଳିବ । ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ । ଆଜି ମହାରାଷ୍ଟ୍ର ସରକାରଙ୍କ ରାଜ୍ୟ କ୍ୟାବିନେଟ ବୈଠକରେ ବସିଥିବା ବୈଠକରେ ଏହିଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ନିୟମଟି ଚଳିତ ମାସ ଶେଷ ଅର୍ଥାତ ଫେବୃଆରୀ ୨୯ ତାରିଖରୁ ଲାଗୁ ହେବ । ତେବେ ମହାରାଷ୍ଟ୍ରର ସରକାରୀ କର୍ମଚାରୀ ମାନଙ୍କୁ ବର୍ତ୍ତମାନ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଦିଆଯାଉଛି । ଏହି ସୁବିଧାକୁ ମୋଟ ୨୦ଲକ୍ଷ କର୍ମଚାରୀ ଉପଭୋଗ କରୁଛନ୍ତି । ତେବେ ମହାରାଷ୍ଟ୍ରର କ୍ୟାବିନେଟରେ ବସିଥିବା ଏହି ବୈଠକରେ ଆହୁରୀ ମଧ୍ୟ ନିଷ୍ପତ୍ତି ହୋଇଛି ଯେ, ଓବିସି, ଏସ୍ଇବିସି, ବିମୁକ୍ତ ଜାତି ଆଣ୍ଡ ନୋମାଡିକ୍ ଟ୍ରାଇବ୍ସ (ଭିଜେଏନ୍ଟି) ଏବଂ ସ୍ପେଶାଲ ବ୍ୟାକୱାର୍ଡ କ୍ଲାସେସ୍ଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗ ଏବେ ବହୁଜନ କଲ୍ୟାଣ ବିଭାଗ ନାମରେ ନାମିତ ହେବ। ଏହାଛଡା ଫେବୃଆରୀ ୧୯ରୁ କଲେଜରେ ରାଷ୍ଟ୍ରଗୀତ ନିୟମ ବାଧ୍ୟତାମୂଳକ କରାଯିବ ବୋଲି ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ ଏନେଇ କହିଛନ୍ତି ।

ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

Ratnamani Maharana

ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ

Ratnamani Maharana

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, କାଲିଠୁ ବର୍ଷା

Ratnamani Maharana

୫୩ ବର୍ଷ ବୟସରେ ମାଟ୍ରିକ୍‌ ପରୀକ୍ଷା ଦେବେ ତିଳୋତ୍ତମା

Ratnamani Maharana

୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି

Ratnamani Maharana

ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

Ratnamani Maharana