ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ଏବେ ଲୋକମାନେ କିଛି ମାତ୍ରାରେ ଆଶ୍ଵସ୍ତି ଲାଭ କରିବେ । କାରଣ ସରକାରଙ୍କ ବିଭିନ୍ନ ଯୋଜନା ସହ ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା । ଆଜି ଏନେଇ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟୟାଳୟକୁ ସୂଚନା ଦେଇଛନ୍ତି । ତେବେ ଏହି ନିଷ୍ପତ୍ତି ଯୋଗୁଁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି ।

ଆଧାରକାର୍ଡ ନମ୍ବରକୁ ସଂଯୋଗ ବାଧ୍ୟତାମୂଳକ ଏବୋଂ ଏହିପାଇଁ ପୂର୍ବରୁ ଡିସେମ୍ବର ପର୍ୟ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ହିତାଧିକାରୀ ଆଧାରକାର୍ଡକୁ ସରକାରୀ ଯୋଜନା ସହିତ ସଂଯୋଗ କରି ପାରି ନ ଥିବାରୁ କେନ୍ଦ୍ର ପକ୍ଷରୁ ଏହାର ସମୟସୀମା ବଢାଇ ଦିଆଗଲା । ଯେଉଁ ମାନେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆଧାର ସଂଯୋଗ କରିପାରୁ ନାହାନ୍ତି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଡ଼ଭୋକେଟ୍ ଜେନେରାଲ କେ କେ ବେଣୁଗୋପାଲ କହିଛନ୍ତି ।

ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ପଢନ୍ତୁ, ରାଜଧାନୀ ବାଲିଯାତ୍ରା ପ୍ରସ୍ତୁତି ପର୍ବରେ ପଡିଲା ପାଣି, ଅସନ୍ତୋଷ ହେଲେ ଲୋକେ

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More