News

ବଢିଲା ଆମଦାନୀ ଶୁଳ୍କ: ମହଙ୍ଗା ହେବ ଏସି ,ଫ୍ରିଜ୍ଜ

acs

୧୯ ସାମଗ୍ରୀ ଉପରେ ଶୁଳ୍କବୃଦ୍ଧି,ସିଏଡି ରୋକିବାକୁ ପ୍ରୟାସ

କେନ୍ଦ୍ର ସରକାର ୧୯ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି । ଯାହାଦ୍ୱାରା ଏସି, ଫ୍ରିଜ, ୱାସିଂମେସିନ୍, ଫ୍ରିଜ ଓ ଏସି କମ୍ପ୍ରେସର, ସ୍ପିକର, ଜୋତା, ରେଡ଼ିଆଲ କାର ଟାୟାର, ଅଣ ଶିଳ୍ପ ହୀରା, ହୀରା, ଲ୍ୟାବରେ ପ୍ରସ୍ତୁତ ହୀରା, କଟା ଓ ପଲିସ ହୋଇଥିବା ରନପଥର, ଗହଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ, ପ୍ଲାଷ୍ଟିକରେ ତିଆରି ବାଥ ସାୱାର ଓ ୱାସ ବେସିନ, ପ୍ଲାଷ୍ଟିକ ଡବା ଓ ବୋତଲ, ଟେବୁଲ ୱେୟାର, କିଚେନ ୱେୟାର ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ପ୍ରସ୍ତୁତ ଘରକରଣା ସାମଗ୍ରୀ, ପ୍ଲାଷ୍ଟିକରୁ ପ୍ରସ୍ତୁତ ଅଫିସ ଷ୍ଟେସନାରୀ ଓ ଫର୍ଣ୍ଣିଚର ଫିଟିଙ୍ଗସ, ଟ୍ରଙ୍କ, ସୁଟକେସ, ଏକଜିକୁ୍ୟଟିଭ କେସ, ବ୍ରିଫକେସ, ଟ୍ରାଭେଲ ବ୍ୟାଗ, ଓ ବିମାନ ଇନ୍ଧନ ମହଙ୍ଗା ହୋଇଛି।

acs

ଏସି ଓ ପ୍ରିଜ୍‌ର କମ୍ପ୍ରେସର ଦାମକୁ ମଧ୍ୟ ୭.୫%ରୁ ୧୦%କୁ ବୃଦ୍ଧି କରାଯାଇଛି। ବିମାନ ଇନ୍ଧନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଥିବାରୁ ଏଣିକି ବିମାନ ଯାତ୍ରା ମହଙ୍ଗା ହେବ। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ବିତ୍ତୀୟ ବର୍ଷରେ ଦେଶକୁ ୮୬,୦୦୦ କୋଟି ଟଙ୍କାର ଅନାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଛି।

ଦେଶର ଆମଦାନୀ ଓ ରପ୍ତାନୀ ମଧ୍ୟରେ ବହୁ ଅନ୍ତର ବଢ଼ିଥିବାରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ବିଶେଷକରି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨ ଟଙ୍କାରୁ ଅଧିକ ହୋଇଥିବାରୁ ଅର୍ଥନୀତି ଉପରେ ଚାପ ସୃଷ୍ଟି ହୋଇଛି।

ପଢନ୍ତୁ; ଏସିଆ କପ୍: ପାକିସ୍ତାନ ୩୭ ରନରେ ହାରିଲା

Related posts

ଡେରା ବାବା ନାନକ-କର୍ତ୍ତାରପୁର ସାହିବ କରିଡର ଶିଳନ୍ୟାସ କଲେ ଉପରାଷ୍ଟ୍ରପତି

ENO Beuro

ଇସ୍ରୋ ମିଶନକୁ ଆଉ ଏକ ଧକ୍କା: ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

ENO Beuro

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment