Loading...

ସୋସିଆଲ ମିଡିଆରେ ସେଲିବ୍ରେଟିଙ୍କ ପାଇଁ ସରକାର ଆଣିଲେ ଗାଇଡଲାଇନ୍ସ

ସୋସିଆଲ ମିଡିଆରେ ସେଲିବ୍ରେଟିଙ୍କ ପାଇଁ ସରକାର ଆଣିଲେ ଗାଇଡଲାଇନ୍ସ

ସୋସିଆଲ ମିଡିଆ ପ୍ରଭାବକାରୀ ଓ ସେଲିବ୍ରେଟିମାନେ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଗଣିବେ ଓ ଏହା ବଢ଼ି ୫୦ ଲକ୍ଷ ଟଙ୍କା ବି ହୋଇପାରେ, ଯଦି ସରକାରଙ୍କ ନୂଆ ଗାଇଡଲାଇନ୍ସ ଭାଙ୍ଗନ୍ତି । ଏପରି କଠୋର ଶବ୍ଦରେ ଆଜି କହିଛନ୍ତି କେନ୍ଦ୍ର ସରକାର ।

ସୋସିଆଲ ମିଡିଆ ପ୍ରଭାବକାରୀ ଓ ସେଲିବ୍ରେଟିମାନେ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଗଣିବେ ଓ ଏହା ବଢ଼ି ୫୦ ଲକ୍ଷ ଟଙ୍କା ବି ହୋଇପାରେ, ଯଦି ସରକାରଙ୍କ ନୂଆ ଗାଇଡଲାଇନ୍ସ ଭାଙ୍ଗନ୍ତି । ଏପରି କଠୋର ଶବ୍ଦରେ ଆଜି କହିଛନ୍ତି କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ ଯଦି ଏହି ଭୁଲ ପୁଣି ଥରେ ଦୋହରାନ୍ତି, ତେବେ ତାଙ୍କୁ ୬ ବର୍ଷ ଯାଏ ନିଷିଦ୍ଧ (ବ୍ୟାନ୍‌) କରାଯିବ ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଖାଉଟି ବ୍ୟାପାର ସଚିବ ରୋହିତ କୁମାର ଗାଇଡଲାଇନ ଜାରି କଲାବେଳେ ସାମ୍ବାଦିକମାନଙ୍କୁ ଏକଥା କହିଛନ୍ତି ।

ଗାଇଡଲାଇନ ଅନୁଯାୟୀ, ଏହା ପ୍ରଚାରକ, ସେଲିବ୍ରେଟି ଓ ପ୍ରଭାବକାରୀ କିମ୍ବା ବିଜ୍ଞାପନ ଦାତାଙ୍କ ଦାୟୀତ୍ୱ, କ୍ରେତା କିଣିବା ପୂର୍ବରୁ ତାହା ଜାଣିବା ଉଚିତ୍‌ ଯେ ସୂଚନା ସତ୍ୟ ଉପରେ ଆଧାରିତ ବୋଲି । ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ପ୍ରଚାରକ ପ୍ରଚାରର ଉଦ୍ଦେଶ୍ୟ କ’ଣ ମଧ୍ୟ ଏଥିରେ ପ୍ରକାଶ କରିବେ ।

ପ୍ରଭାବକାରୀମାନଙ୍କୁ ସୃଷ୍ଟିକର୍ତ୍ତା ଭାବେ ବିବେଚନା କରାଯିବ, କାରଣ ଏହା ଜଣେ କ୍ରେତା ବା ଶ୍ରୋତାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିପାରେ । ଯେତେବେଳେ ଜଣେ ବିଜ୍ଞାପନଦାତା ଓ ସେଲିବ୍ରେଟି/ପ୍ରଭାବକାରୀଙ୍କ ମଧ୍ୟରେ ମାଟେରିଆଲ କନେକସନ ବା ଲାଭକାରୀ ସଂଯୋଗ ରହୁଥିବାରୁ ଏହା ସୂଚନା ବା ବିଜ୍ଞାପନର ପ୍ରତିଷ୍ଠାକୁ ପ୍ରଭାବିତ କରିପାରେ ।

ଏହା ଯେକୌଣସି ପ୍ରଡକ୍ଟ ବା ଯେଉଁ ପ୍ରକାରର ହେଉ ନା କାହିଁକି ଏହା ଗାଇଡଲାଇନ ଅଧୀନରେ ଯିବ । ପ୍ରଭାବକାରୀ ଏଥିପାଇଁ ପ୍ରଭାବିତ ବ୍ୟକ୍ତି ବା ଖାଉଟିକୁ ଅନୁକମ୍ପାମୂଳକ ସହାୟତା ଦେବାକୁ ବାଧ୍ୟ ହେବେ । ୨୦୧୯ କଂଜୁମର ପ୍ରୋଟେକସନ ଆକ୍ଟ ଅନୁଯାୟୀ, ଭୁଲ ବ୍ୟବସାୟ କୌଶଳ ଓ ଭ୍ରମିତ ବିଜ୍ଞାପନରୁ ଖାଉଟିଙ୍କୁ ରକ୍ଷା କରିବାକୁ ଯାଇ କେନ୍ଦ୍ର ସରକାର ଏହି ଗାଇଡଲାଇନ୍ସ ଜାରି କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.