News

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

By Krishna Kumar Manoj

March 09, 2018

ମହିଳା ଦିବସରେ ମହିଳାଙ୍କୁ ଉପହାର ଦେଲେ ସରକାର !

କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଦେଶର ଅଧା ଜନସଂଖ୍ୟାକୁ ବଡ଼ ଉପହାର ଦେଇଛନ୍ତି। ସରକାର ଗତକାଲି ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ଲଞ୍ଚ କରିଛନ୍ତି। ପ୍ୟାଡ ପିଛା ୨ଟା ୫୦ ପଇସା ଦେଇ ଏହି ପ୍ୟାଡକୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା କେନ୍ଦ୍ରରୁ କିଣା ଯାଇ ପାରିବ। ସାନିଟାରି ନାପକିନର ଗୋଟିଏ ପ୍ୟାକରେ ୪ଟି ପ୍ୟାଡ ରହିବ ଏବଂ ଏହାର ମୂଲ୍ୟ ୧୦ ଟଙ୍କା ରହିବ।

ସୂଚନାଯୋଗ୍ୟ, ଗୋଟାଏ ଖଣ୍ଡ ପ୍ୟାଡ୍‌ର ଦର ସାଧାରଣତଃ ୮ ଟଙ୍କା ରହିଥିବା ବେଳେ ମାତ୍ର ଅଢେଇ ଟଙ୍କାରେ ପ୍ୟାଡ୍‌ ଉପଲବ୍ଧ ହେବା ଦ୍ୱାରା ଅନେକ ମହିଳା ଉପକୃତ ହେବେ। ପ୍ରଥମ ଥର ପାଇଁ ଦେଶରେ ପରିବେଶ ଅନୁକୂଳ ସାନିଟାରି ନାପ୍‌କିନ୍‌ ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ମତ ରଖିଛନ୍ତି। ସରକାର ବଜାରକୁ ଛାଡ଼ିଥିବା ଏହି ପ୍ୟାଡ୍‌ର ନାମ ହେଉଛି ‘ସୁବିଧା ପ୍ୟାଡ୍‌’।

ରାଷ୍ଟ୍ରୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁସାରେ ୧୫ ରୁ ୨୪ ବର୍ଷ ପର୍ୟ୍ୟନ୍ତ ୫୮ ପ୍ରତିଶତ ମହିଳା ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ନାପକିନ, ସାନିଟାରୀ ନାପକିନର ବ୍ୟବହାର କରିଥାନ୍ତି। ସହରାଞ୍ଚଳରେ ୭୮ ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ସୁରକ୍ଷା ସମ୍ବନ୍ଧିତ ବିଧି ଆପଣାଇଥାନ୍ତି। ଗ୍ରାମାଞ୍ଚଳରେ କେବଳ ୪୮ ପ୍ରତିଶତ ମହିଳା ସଫା ସୁତୁରା ସାନିଟାରୀ ବ୍ୟବହାର କରୁଛନ୍ତି।

ପଢନ୍ତୁ;

ଗୁରୁତ୍ୱପୂର୍ଣ୍ଣ ରାୟ: ଇଚ୍ଛା ମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ