News

କାଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳଙ୍କୁ ଏୟାରପୋର୍ଟରୁ ଫେରାଇଲା ପ୍ରଶାସନ

Rahul In Srinagar 750x430

ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳକୁ ଆଜି ହଟହଟା ହେବାକୁ ପଡିଛି । ଶ୍ରୀନଗର ଏୟାରପୋର୍ଟରୁ ହିଁ ସେମାନଙ୍କୁ ଫେରାଇ ଦେଇଛି ଜମ୍ମୁ ଓ କଶ୍ମୀର ପ୍ରଶାସନ । ସୁରକ୍ଷା କାରଣରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ  ଜମ୍ମୁ ଓ କଶ୍ମୀର ପ୍ରଶାସନ ସେମାନଙ୍କୁ  ରାଜ୍ୟ ଭ୍ରମଣରେ ଯିବାପାଇଁ ବାରଣ କରଥିଲା । କିନ୍ତୁ ସେମାନେ ତାହାକୁ ନମାନି ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଶାସନ ସେମାନଙ୍କୁ ଅଟକ ରଖାଯିବା ସହ ଗଣମାଧ୍ୟମ କର୍ମୀମାନଙ୍କୁ ଭେଟିବାକୁ ଦେଇନଥିଲା ।

Opposition 300x225
Opposition 300×225

ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଧୀରେ ଧାରେ ସ୍ୱାଭାବିକ ଅବସ୍ଥା ଫେରୁଛି ।

ପଢନ୍ତୁ: ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା

Related posts

ମୋଦିଙ୍କ ସମାବେଶରେ ଭାଙ୍ଗିଲା ତମ୍ବୁ ,୪୦ ଆହତ

ENO Beuro

୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

ENO Beuro

କାଶ୍ମୀରରେ ଏନ୍‌କାଉଣ୍ଟର: ୫ ଆତଙ୍କୀ ନିହତ

ENO Beuro