News

ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ ଛପା ଏବଂ ୫୦୦ ଟଙ୍କିଆ ନୋଟର ପାଞ୍ଚଗୁଣା ବଢିବ ଛପା

ଏଟିଏମରେ ଟଙ୍କା ଅଭାବ ପରେ ନିଷ୍ପତି ନେଲେ କେନ୍ଦ୍ର ସରକାର

ସାରା ଦେଶରେ ଏଟିଏମରେ ଟଙ୍କା ଅଭାବ ପରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ସମସ୍ୟାର ସମାଧାନ ପାଇଁ ପାଞ୍ଚଗୁଣା ଅଧିକ ୫ଶହ ଟଙ୍କିଆ ନୋଟ ଛାପିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଫଳରେ ଲୋକମାନେ ନଗଦ ଅଭାବ ଯୋଗୁ ଭୋଗୁଥିବା ସମସ୍ୟାର ପ୍ରତିକାର ହେବ । ଏଟିଏମ୍ ଗୁଡିକରେ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ରକ୍ଷା ଯାଇ ପାରିବ ।

ନୋଟ ଛପା ପାଇଁ ସରକାର ଏକାଧିକ ପଦକ୍ଷପ ନେଉଛନ୍ତି । ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଏସ୍ ସି ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କ, ଦିନକୁ ୫ଶହ କୋଟିର ୫ଶହ ଟଙ୍କିଆ ନୋଟ୍ ଛାପିବା ପାଇଁ ଆରବିଆଇକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି । ଦିନକୁ ୨ ହଜାର ୫ଶହ କୋଟିର ୫ଶହ ଟଙ୍କିଆ ନୋଟ ବଜାରକୁ ପଠାଯିବ । ସେହିଭଳି ମାସକୁ ପ୍ରାୟ ୭୦ ହଜାର କୋଟିରୁ ୭୫ ହଜାର କୋଟି ସପ୍ଲାଏ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

୫ ଗୁଣା ୫ଶହ ଟଙ୍କିଆ ନୋଟ ଛପାଇବା ନେଇ ନିଷ୍ପତି ନେଇଥିବା ସରକାର ୨ ହଜାର ଟଙ୍କିଆ ନୋଟ ଛପା ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । କାରଣ ଦେଶର ବଜାରରେ ଏବେ ୬ କୋଟି ୭୦ ଲକ୍ଷରୁ ଅଧିକ ୨ ହଜାର ଟଙ୍କିଆ ନୋଟ ଉପଲବ୍ଧ ରହିଛି । ତେଣୁ ସରକାର ୨ହଜାର ଟଙ୍କିଆ ନୋଟ ଛପାକୁ ବନ୍ଦ କରିଦିଆଯାଇଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ?

Related posts

ମୋଦି କ୍ଷମତାକୁ ଆସିଲେ ରାଜନୀତି ଛାଡିଦେବି: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ପୁଅ

Ratnamani Moharana

ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

ENO Beuro

ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି

ENO Beuro

Leave a Comment