• Home
  • News
  • ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ
News

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଜିଏସ୍‌ଟି ଜରିଆରେ ପରୋକ୍ଷ ଟିକସ କ୍ଷେତ୍ରରେ ପରିବର୍ତ୍ତନ ଆସିଥିଲା, ଆଉ ଏବେ ପ୍ରତ୍ୟକ୍ଷ ଟିକସର ପାଳି ।

ସାମ୍ପ୍ରତିକ ଅର୍ଥନୀତିର ଆବଶ୍ୟକତା ଅନୁସାରେ ସରକାର ଏକ ନୂତନ ପ୍ରତ୍ୟକ୍ଷ ଟିକସ ନିୟମ ପ୍ରସ୍ତୁତ କରିବେ। ଏହି ନୂଆ ନିୟମ ବର୍ତ୍ତମାନ ପ୍ରଚଳିତ ଥିବା ୫୦ ବର୍ଷ ପୁରୁଣା ଆୟକର ନିୟମ ସ୍ଥାନରେ ଲାଗୁ ହେବ।

ସେଥିପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସଦସ୍ୟ ଅରବିନ୍ଦ ମୋଦିଙ୍କ ନେତୃତ୍ୱରେ ୬ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ଏହାର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଗିରିଶ ଆହୁଜା, ଇଓ୍ଵାଇର ଅଧ୍ୟକ୍ଷ ରାଜୀବ ମେମାନି ଏବଂ ଆଇସିଆରଇଆଇଆର୍‌ର ଉପଦେଷ୍ଟା ମାନ୍‌ସି କେଡିଆ। ଏହି ଟାସ୍କଫୋର୍ସ ୬ ମାସ ଭିତରେ ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ।

ବିଭିନ୍ନ ରାଷ୍ଟ୍ରରେ ପ୍ରଚଳିତ ଥିବା ପ୍ରତ୍ୟକ୍ଷ ଟିକସ ନିୟମ, ଆନ୍ତର୍ଜାତିକ ସ୍ତରର ଶ୍ରେଷ୍ଠ ନିୟମକୁ ଅନୁଧ୍ୟାନ କରିବା ଏବଂ ସାମ୍ପ୍ରତିକ ଅର୍ଥନୀତିର ଯାହା ଆବଶ୍ୟକତା ରହିଛି ତାହା ବିଚାରକୁ ନେଇ ଚିଠା ପ୍ରତ୍ୟକ୍ଷ ଟିକସ ନିୟମ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ୨୦୦୯ରେ ପ୍ରତ୍ୟକ୍ଷ ଟିକସ କୋଡ୍‌ ଆଣିଥିଲେ। ୨୦୧୦ରେ ପ୍ରତ୍ୟକ୍ଷ ଟିକସ କୋଡ୍‌ ବିଲ୍‌ ସଂସଦରେ ଉପସ୍ଥାପନ କରାଯାଇଥିଲା। ମାତ୍ର ତାହା ସଂସଦରେ ପାସ୍‌ ହୋଇପାରିନଥିଲା। ପ୍ରତ୍ୟକ୍ଷ ଟିକସ କୋଡ୍‌ରେ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ୍‌ ଟିକସଦାତାଙ୍କ ପାଇଁ ଅନେକ ପ୍ରକାର କୋହଳ ଟିକସ ସ୍ଲାବ୍‌ର ପ୍ରସ୍ତାବ ରହିଥିଲା। ପ୍ରତ୍ୟକ୍ଷ ଟିକସ କୋଡ୍‌ କାର୍ଯ୍ୟକାରୀ ହୋଇଥିଲେ ଟିକସ ପ୍ରଦାନ କରିବା ସହଜ ହୋଇଥାନ୍ତ ଏବଂ କମ୍‌ ଟିକସ ମଧ୍ୟ ଦେବାକୁ ପଡ଼ୁଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏବେ ପ୍ରଚଳନରେ ଥିବା ନିୟମ ଅନୁସାରେ ବ୍ୟକ୍ତିବିଶେଷଙ୍କ ପାଇଁ ବାର୍ଷିକ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷ ଟଙ୍କା ରହିଛି।

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ   ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ପଢନ୍ତୁ, ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରୀ, ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ ସଂପ୍ରସାରଣ

Related posts

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Krishna Kumar Manoj

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

Krishna Kumar Manoj

ଜମ୍ମୁ କାଶ୍ମୀର : ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ଏବଂ ୨ଜଣ ଗୁରୁତର ଆହତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More