News

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

By Krishna Kumar Manoj

January 30, 2018

ଲୋକସଭା ନିର୍ବାଚନ ପୂର୍ବରୁ, ଭର୍ତ୍ତି ହୋଇଯିବ ରାସ୍ତାର ଖାଲଖମା

୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଲେଣି । ନିର୍ବାଚନ ପୂର୍ବରୁ ଅଧା ପଡ଼ିଥିବା କାମ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେଲାଣି । ଲୋକସଭା ନିର୍ବାଚନ ପୂର୍ବରୁ ଗାଁ ତଥା ପଛୁଆ ଅଂଚଳ ସହ ଯୋଗାଯୋଗ କରିବା ପାଇଁ ସରକାର ଯୁଦ୍ଧଭତ୍ତିିରେ ରାସ୍ତା ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଆଗାମୀ ୧୪ ମାସ ମଧ୍ୟରେ ୧୦ ହଜାର କିମି ରାସ୍ତା ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତି କରିଛନ୍ତି । ଅର୍ଥାତ୍ ପ୍ରତି ଘଂଟାରେ ୯.୯୨ କିମି ରାସ୍ତାରେ ତିଆରି କରାଯିବ ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ କହିଛନ୍ତି ଯେ , ବିଗତ ୧୪ ମାସରେ ୧୦.୦୦୦ କିମି ରାସ୍ତା ନିର୍ମାଣ କରିବା ପାଇଁ ମଞ୍ଚୁରୀ ଦେଇସାରିଛନ୍ତି । ସରକାର ଦାବି କରିଛନ୍ତି ଗ୍ରାମୀଣ ଅଂଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନୁସାରେ ୫୨୮,୧୬୩ କିମି ରାସ୍ତା ନିର୍ମାଣ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁସାରେ ସରକାର ରାସ୍ତା ନିର୍ମାଣ ୬୦ପ୍ରତିଶତ ଦେବା ସହ ବାକି ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

ଏହା ଛଡା ନକ୍ସଲ ପ୍ରଭାବିତ ଅଚଳ ଯଥା ଓଡ଼଼ିଶା ଓ ଛତିଶଗଡ଼ ଉପରେ ଏନେଇ ଅଧିକ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁଯାୟୀ  ଓଡ଼ିଶାରେ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୩,୫୦୦ କିମି ରାସ୍ତା ତିଆରି କରାଯିବ । ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର ୧୮,୬୨୫ କୋଟି ଟଙ୍କା ଖର୍ଚ୍ଚ କରି ୪୩,୨୨୨ କିମି ସଡ଼କ ନିର୍ମାଣ କରାଯାଇଛି । ତେବେ ଛତିିଶଗତରେ ଲଗାତାର ନକ୍ସଲ ହିଂସା ଲାଗି ରହିଥିବାରୁ ସେଠାରେ ରାସ୍ତା କାମ ବାଧାପ୍ରାପ୍ତ ହେଉଛି ।

ଏହା ବ୍ୟତୀତ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ସଳଚନା ଦେଇଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ଆଗାମୀ ସମୟରେ ୧.୫ କୋଟି ନୂଆ ଘର ତିଆରି କରାଯିବ । ୨୦୨୨ ପର୍ଯ୍ୟନ୍ତ ଦେଶରେ ୪,୩୩,୦୦୦ ନୂଆ ଘର ତିଆରି କରାଯିବାର ଲକ୍ଷ୍ୟ ରହିଛି । ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସୂଚନା ଅନୁସାରେ ମଧ୍ୟପ୍ରଦେଶ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଗରିବଙ୍କ ପାଇଁ ଘର ତିଆରି କାମ ଖୁବ ଜୋରସୋରେ ଚାଲିଛି ।

ପଢନ୍ତୁ ;

ଏକାଠି ନଜର ଆସିବେ ଶାହିଦ୍‌ ଓ ଶ୍ରଦ୍ଧା କପୁର