News

ଏବେ ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

ଏବେ ଶହୀଦଙ୍କ ପିଲାମାନଙ୍କର ସମସ୍ତ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି  ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଅଧିସୂଚନାରେ କୁହାଯାଇଛି। ପୂର୍ବରୁ  ଶିକ୍ଷା ବିଷୟକ ରିହାତି ଭାବେ ଏହି ପିଲାମାନଙ୍କୁ ମାସକୁ ୧୦ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ଏହାକୁ ଉଠାଇ ନିଆଯାଇଛି।

ଏହି ଯୋଜନା ଅନୁସାରେ ପ୍ରାୟ ୩ହଜାର ୪ଶହ ପିଲା ଉପକୃତ ହେବା ସହ ଏଥିପାଇଁ ସରକାର ବର୍ଷକୁ ୫ କୋଟି ଟଙ୍କା ବ୍ୟୟ କରିବେ ବୋଲି ଆକଳନ କରାଯାଇଛି।

ସରକାରୀ ବା ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ଶିକ୍ଷା ପ୍ରତିଷ୍ଠାନ, ସୈନିକ ସ୍କୁଲ, ରାଜ୍ୟ ବା କେନ୍ଦ୍ର ସରକାରଙ୍କ ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟୟନ କଲେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ  ଯେ ,ଯେଉଁମାନଙ୍କର ପିଲା ହଷ୍ଟେଲ ଏବଂ ଟ୍ୟୁସନ ଫିସ ର ସମୟ ୧୦ ହଜାର କରିବା କାରଣରୁ ଅସୁବିଧା ହେଉଥିଲା । ସେମାନଙ୍କ ମା’ମାନେ ରକ୍ଷା ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ । ଖବର ଅନୁଯାୟୀ, ୩ ସେନା ତରଫରୁ ଏହି ବିଷୟରେ ରକ୍ଷାମନ୍ତ୍ରାଳୟ କୁ ପତ୍ର ଲେଖା ଯାଇଥିଲା । ପଞ୍ଜାବର ଚିଫ୍ ମିନିଷ୍ଟର କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ରକ୍ଷାମନ୍ତ୍ରୀ ନିର୍ମଳ ସୀତାରମଣଙ୍କୁ ସମୟ ସୀମା ନିର୍ଦ୍ଧାରଣ କରିବା ନିଷ୍ପତିକୁ ଫେରାଇ ନୋବକୁ ଅନୁରୋଧ କରିଛନ୍ତି।

ରକ୍ଷା ମନ୍ତ୍ରାଳୟ ଏହି ଆଦେଶକୁ ଫେରାଇ ନେବା ପରେ ଅଫିସର ର୍ୟାଙ୍କ ଏବଂ  ଅଧୀକାରୀ ର୍ୟାଙ୍କର ତଳକୁ ଶହୀଦ ମାନଙ୍କର ପିଲାମାନଙ୍କୁ ପୁରା ବିଶ୍ୱବିଦ୍ୟାଳୟ ସ୍ତରୀୟ ଖର୍ଚ୍ଚ ଉଠାଇବାର ନିଷ୍ପତି ନେଇଛନ୍ତି।

ପଢନ୍ତୁ; ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!

Related posts

ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

Ratnamani Moharana

ଏସିଡ ମାଡରେ ଗୋଟିଏ ପରିବାରର ୩ଜଣ ଆହତ

ENO Beuro

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ଜବତ ହେଉ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍‌ର ସମ୍ପତ୍ତି!

ENO Beuro

1 comment

Leave a Comment