୬୦ ହଜାର ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ,ଓଡିଆ ଭାଷାରେ ପାଇବେ କୃଷି ସୂଚନା

ରାଜ୍ୟରେ ପ୍ରାୟ ୬୦ ହଜାର ଚାଷୀଙ୍କୁ ସରକାର ଦେବେ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ। ଏହି ଫୋନ ମାଧ୍ୟମରେ ସେମାନଙ୍କୁ କୃଷି ସମ୍ପର୍କିତ ସମସ୍ତ ସୂଚନା ମିଳିପାରିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର।

ସେହି ମୋବାଇଲ୍‌ ଯୋଗେ ସେମାନେ ପାଣିପାଗ ହେଉ ବା ବଜାରର ସ୍ଥିତି ସଂପର୍କରେ ଜାଣିପାରୁଥିଲେ। ବର୍ତମାନ ଆଣ୍ଡ୍ରଏଡ୍‌ ଫୋନ ଯୋଗେ ଚାଷ ଓ ଚାଷୀଙ୍କ ଉପଯୋଗୀ ସୂଚନା ମିଳିପାରୁଛି। ଏଣୁ, ପୁରୁଣା ଫୋନ୍‌ ପରିବର୍ତେ ସ୍ମାର୍ଟ ଫୋନ ଦିଆଯିବ ବୋଲି ସେ କହିଥିଲେ।

ଏଥିପାଇଁ ବଜେଟ୍‌ରେ ୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ତେବେ ସ୍ମାର୍ଟ ଫୋନ୍‌ ପ୍ରଦାନ ନେଇ ଏକ କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।

ପଢନ୍ତୁ;ନିକ୍‍ଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା,ଅକ୍ଟୋବରରେ ହୋଇପାରେ ବିବାହ!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More