News

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସମୟକୁ ସମୟ  ନୂଆ ନିୟମ ଲାଗୁ କରିଥାନ୍ତି। ଏଥର ମଧ୍ୟ କର୍ମଚାରୀ ପାଇଁ ଏକ ଆକର୍ଷଣୀୟ ଉପହାର ଘୋଷଣା କରିଛନ୍ତି। ନୂଆ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀମାନେ ୨୫ଲକ୍ଷ ଟଙ୍କା ଆଡଭାନ୍ସ ନେଇପାରିବେ। ମନ୍ତ୍ରଣାଳୟର ନିୟମ ଅନୁୟାଯୀ କେନ୍ଦ୍ର ସରକାରଙ୍କର ଜଣେ କର୍ମଚାରୀ ୩୪ ମାସର ମୂଳ ଦରମା ବା ବେସିକ୍‌ ସାଲେରୀକୁ ଲୋନ୍‌ ଆକାରରେ ନେଇପାରିବେ। ଏଥିପାଇଁ ସେମାନଙ୍କୁ ୮.୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୭.୫୦ ଲକ୍ଷ ଟଙ୍କା ଆଡଭାନ୍ସ ନେବାର ସୁବିଧା ଥିଲା।

ହାଉସ ବିଲ୍ଡିଂରେ  ୨୫ ଲକ୍ଷ  ଟଙ୍କା ଲୋନ୍ ଆଣିଲେ ୧୫ ବର୍ଷ ଯାଏଁ କର୍ମଚାରୀଙ୍କୁ ପ୍ରତିମାସ  ୧୩,୮୯୦  ଟଙ୍କା କିସ୍ତି ଦେବାକୁ ପଡ଼ିବ। ବାକି ୫ ବର୍ଷ ପ୍ରତିମାସ ୨୬,୪୧୧ ଟଙ୍କା  ଦେବାକୁ ପଡ଼ିବ। ସୁଧ ୧୫.୮୪ ଟଙ୍କା  ଦେବାକୁ ପଡ଼ିବ। କର୍ମଚାରୀଙ୍କୁ ସମୁଦାୟ ୪୦,୮୪  ଲକ୍ଷ ଟଙ୍କା ଦେବାକୁ ପଡ଼ିବ।  କର୍ମଚାରୀଙ୍କୁ  ଏହା ଦ୍ୱାରା ୧୧ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ।

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ପଢନ୍ତୁ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

Related posts

ଫକୀର ମୋହନ ମେଡିକାଲ କଲେଜ ଲୋକାପର୍ଣ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

ENO Beuro

ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More