News

ଜାରି ହେବ ଟୋଲ ଫ୍ରି ନମ୍ବର ! ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ଶୀଘ୍ର ମିଳିବ ସାହଯ୍ୟ

ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ଯ୍ୟ କରୁଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଉଛନ୍ତି । ଓଡ଼ିଶା ସମେତ ସାରା ଦେଶରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ସଡ଼କ ସଚେତନତା ଏବଂ ରାସ୍ତାଗୁଡ଼ିକର ମାନ ବୃଦ୍ଧି ପାଇବା ସତ୍ୱେ ଏତିକି ସଂଖ୍ୟାରେ ଦୁର୍ଘଟଣା ଘଟିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ବେପରୱା ଭାବରେ ଓଭରଟେକ କରିବା ଆଦି ରାସ୍ତା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପରିବହନ ବିଭାଗ ଅନୁସାରେ ରାସ୍ତାଗୁଡ଼ିକର ଖରାପ ଡ଼ିଜାଇନ୍ ଓ ଇଞ୍ଜିନିୟରିଂ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି ।  ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା ସୂଚନା ଦେବା କିଂବା ରାଜପଥ ପରିଚାଳନା ଓ ଦେଖାରଖା ସମ୍ପର୍କରେ ଅଭିଯୋଗ କରିବା ନିମନ୍ତେ ସରକାର ଏକ ଜାତୀୟସ୍ତରୀୟ ଦେୟମୁକ୍ତ ନମ୍ବର ଚାଲୁ କରିବାକୁ ଯାଉଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ,

ଭାରତର ଜାତୀୟ ରାଜପଥ ପ୍ରାଧିକରଣ ‘୧୦୩୩’ ହେଲ୍‌ପ୍‌ଲାଇନ୍‌ ନମ୍ବର ଲଞ୍ଚ୍‌ କରିବ।

ଏନ୍‌ଏଚ୍‌ଏଆଇର ଅଧ୍ୟକ୍ଷ ଦୀପକ କୁମାର କହନ୍ତି ,ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତୁରନ୍ତ ସହାୟତା ଦେବା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ନିକଟବର୍ତ୍ତୀ ହସ୍‌ପିଟାଲ୍‌କୁ ନେବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ରାଜପଥ ବ୍ୟବହାରକାରୀଙ୍କ ପାଇଁ ଆମ୍ବୁଲାନ୍‌ସ ମୁତୟନ କରିବାକୁ ଆମେ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ କରୁଛୁ।

ବ୍ୟବହାରକାରୀଙ୍କୁ ଏହି ଟୋଲ୍‌-ଫ୍ରି ନମ୍ବର ଅବଗତ କରାଇବା ନିମନ୍ତେ ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରାଯିବ। ଏ ଭିତରେ ଏନ୍‌ଏଚ୍‌ଆଏଆଇର ସବ୍‌ସିଡିଆରି ଇଣ୍ଡିଆନ୍‌ ହାଇେଓ୍ଵଜ୍‌ ମ୍ୟାନେଜ୍‌ମେଣ୍ଟ୍‌ କମ୍ପାନି ଲିମିଟେଡ୍‌ ସମଗ୍ର ଜାତୀୟ ରାଜପଥର ଜିଆଇଏସ୍‌ ମ୍ୟାପିଙ୍ଗ୍‌ କରି ସାରିଛି।

ଏହି ବ୍ୟବସ୍ଥା ଜରିଆରେ ଇନ୍‌କମିଙ୍ଗ୍‌ କଲ୍‌ରୁ ଫୋନ୍‌ କରୁଥିବା ଲୋକଙ୍କୁ ଠାବ କରିହେବ। ସମ୍ପୃକ୍ତ ଅଞ୍ଚଳର ଭାଷା ଜାଣିଥିବା କଲ୍‌ ଅପରେଟ୍‌ଙ୍କୁ ତାଙ୍କର କଲ୍‌ ଟ୍ରାନ୍‌ସ୍‌ଫର୍‌ କରି ହେବ। ଉଭୟ ଜରୁରୀ ଏବଂ ସାଧାରଣ ସେବା ପାଇଁ । ୧୦୩୩’ ନମ୍ବର ସହାୟକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ପଢନ୍ତୁ ;

ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ବସ୍‌ ଦୁର୍ଘଟଣା ! ୧୩ ଜଣଙ୍କ ମୃତ , ୩ ଗୁରୁତର

 

Related posts

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ENO Beuro

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା

ENO Beuro

କୋର୍ଟରେ ପହଞ୍ଚିଲା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ

ENO Beuro

Leave a Comment