News

ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବେ ସରକାର

ଓଡ଼ିଶାର କଳା ଓ ସଂସ୍କୃତି ଏବଂ କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ର ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତି ପରେ ଆୟାର ଜେଲରୁ ମୁକୁଳିବା ନେଇ ବାଟ ଫିଟିଛି।

iyer

ଅଭିଜିତ ଆୟାର ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ପଠାଇଥିଲେ। ଜେଲ ବିଭାଗର ଡିଆଇଜି ଡିସେମ୍ବର ୩ ତାରିଖ ଅର୍ଥାତ୍ ଉକ୍ତ ଚିଠିକୁ ହୋମ ଡିପାର୍ଟମେଂଟକୁ ପଠାଇଥିଲେ । ସେ ଲେଖିଥିବା ଚିଠିରେ ତାଙ୍କୁ କ୍ଷମା ଦେବା ସହ ମାମଲାର ପ୍ରତ୍ୟାହାର କରି ଜେଲରୁ ମୁକ୍ତି ଦେବାପାଇଁ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ,ଝାରପଡା ଜେଲର ବିଚାର ବିଭାଗୀୟ ହାଜତରେ ଦଣ୍ଡଭୋଗୁଥିବା ଅଭିଜିତ୍ ଆୟାର ମିତ୍ରଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନ ପୂର୍ବରୁ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ କଡ଼ା ସୁରକ୍ଷା ବଳୟ ଭିତରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପଢନ୍ତୁ; ୧୨ରେ ବିବାହ କରିବେ ଓଲିଊଡ଼ କଣ୍ଠଶିଳ୍ପୀ ତପୁ ମିଶ୍ର

Related posts

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

ENO Beuro

ଆଜିଠୁ ଯୁକ୍ତ ଦୁଇ ପାଠ ପଢା ଆରମ୍ଭ

ENO Beuro

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More