News

ସର୍ବବୃହତ୍ ‘ଲିନେନ କ୍ଲବ’ ପୋଷାକ ସାମଗ୍ରୀ ଏବେ କଟକ ସହରରେ!

ଆଦିତ୍ୟ ବିର୍ଲା ଗ୍ରୁପ୍ ଦ୍ଵାରା ପ୍ରସ୍ତୁତ ପୋଷାକ ସାମଗ୍ରୀଗୁଡିକୁ ଓଡିଶାରେ ପ୍ରବେଶ କରିବାକୁ ଲକ୍ଷ ରଖି  କଟକସ୍ଥ କ୍ୟାଣ୍ଟନମେଣ୍ଟ ରୋଡରେ ତାର ୧୬୧ ତମ ଷ୍ଟୋର ‘ ଲିନେନ୍ କ୍ଲବ ‘ ଗତକାଲି ସନ୍ଧ୍ୟା ୫ ଘଣ୍ଟିକା ସମୟରେ ଖ୍ୟାତନାମା ବଲିଉଡ ତାରକା ନେହା ଧୂପିଆଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି । ଏହି  ଉଦଘାଟନୀ ଉତ୍ସବରେ ଷ୍ଟୋରର ଫ୍ରାନଚାଜି ଅମିତ ଅଗ୍ରୱାଲ ଉପସ୍ଥିତ ଥିଲେ।

ଏହି  ଉଦଘାଟନୀ ଉତ୍ସବରେ ଜୟଶ୍ରୀ ଟେକ୍ସଟାଇଲର ସଭାପତି ତଥା ସଂସ୍ଥାର ଅଧିକାରୀ ଶ୍ରୀ ମନମୋହହନ ସିଂ ଏବଂ ଜୟଦେବ କଟାରିଆ (ମାର୍କେଟିଙ୍ଗ ଆଣ୍ଟ ସେଲ୍ସ ) ଉପସ୍ଥିତ ଗ୍ରାହକ ଓ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଏହାର ଆକର୍ଷଣୀୟ ଦୃଶ୍ୟ ଏବଂ ଆରମପ୍ରଦ ଗୁଣ ଅନ୍ୟ ସମସ୍ତ ସମସାମୟିକ ପୋଷାକ ଠାରୁ ସ୍ଵତନ୍ତ୍ର କରିଥାଏ।  ଏପରି ସ୍ଵତନ୍ତ୍ର ଲିନେନ  କ୍ଲବ କଟକରେ ପ୍ରତିଷ୍ଠା ହେବା ଦ୍ଵାରା ଆମର ବିଶ୍ଵାସ କଟକ ତଥା ଓଡିଶା ବାସି ଏପରି ଏକ ନୂତନ ଶୈଳୀରେ ବୃହତ୍ କାର୍ଯ୍ୟକାରି ସମ୍ପର୍ଣ୍ଣ ଇଉରୋପିଆନ ଲିନେନ ପୋଷାକକୁ ନିଶ୍ଚିନ୍ତ ସ୍ଵାଗତ କରିବେ।

ଆମର  ସମସ୍ତ ଲିନେନ ପୋଷାକ ଗୁଡିକ ଉନ୍ନତ ମାନର ଫ୍ରାନ୍ସ ଓ ବେଲଜିୟମରୁ ଆନୀତ ସୁନ୍ଦର ସଂଗୃହୀତ  କପଡାରେ ତିଆରି ଯାହାକି ଉପକାରୀ ବା ଖୁଚୁରା ବିକ୍ରୟକାରୀଙ୍କ ନିମନ୍ତେ ଏକ ସ୍ଵତନ୍ତ୍ର ମାନବ ବଜାର ସୃଷ୍ଠୀ କରିବା ସହିତ ଦ୍ଵନ୍ଦତିତ ଅନୁଭୂତି ସୃଷ୍ଠୀ କରିବ।

ସୂଚନାଯୋଗ୍ୟ ଯେ, ଉଦଘାଟୀକା ତଥା ବଲିଊଡ ତାରକା ନେହା ଧୂପିଆ ଏହି ଉତ୍ସବରେ ଉତଫୁଲିତ ହୋଇକହିଲେ ଯେ ସେ ଲିନେନ କ୍ଲବ ସହିତ ସହର୍ଷ ଭାଗୀଦାରୀ ହୋଇ ପଡିଛନ୍ତି। ତାଙ୍କର ଏହି ୧୬୫ ତମ ଷ୍ଟୋର ତାଙ୍କୁ ବିପୁଳ ଆନ୍ଦନ ପ୍ରଦାନ କରିଛି। ସୌଖୀନ ମନମୋହକାରୀ ଲିନେନ କ୍ଲବର ଶାଢୀ ତାଙ୍କୁ ବହୁତ ସୌଖୀନ ଓ ଆନନ୍ଦ ଦାୟକ ବୋଧ ଦେଇଛି।

କଟକ ସହରର ନୂଆ ଲିନେନ ଷ୍ଟୋର ବହୁ ପ୍ରକାର ଲିନେନ ଡିଜାଇନର କାରୁକାର୍ଯା ପରିଶୋଭିତ ପୁରୁଷ ଏବଂ ମହିଳା ନିମନ୍ତେ ଗଚ୍ଛିତ ଅଛି। ଏହାବ୍ୟତିତ ରେଡିମେଡ ପୋଷାକ ସାମଗ୍ରୀ , ପୁରୁଷ ମାନଙ୍କ ପାଇଁ ରୁମାଲ ବେଲ୍ଟ, ଟାଇ ଆଦି ମିଳୁଛି।

ଜୟଶ୍ରୀ ଟେକ୍ସଟାଇଲି ଲିନେନ କ୍ଲବ ,ଏ ସ୍ତରର ପ୍ରଥମ କମ୍ପାନୀ ଯାହା CELC (european confederation of flax and hemp) ଦ୍ଵାରା ସୀକୃତ ପାଇ ଖ୍ୟାତି ଲାଭ କରିଛି ଏବଂ ଖାଣ୍ଟି/ଶୁଦ୍ଧ ଇଊରୋପିଆନ ଲେନିନ ନିମନ୍ତେ ଇଊରୋପିଆନ ଫ୍ୟାକ୍ସ ବ୍ୟବହାର କରି CELC ର ସଭ୍ୟ ହୋଇପାରିଛି।

ପଢନ୍ତୁ; ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

Related posts

ଚାର୍ଜରେ ବସିଥିବା ଫୋନ୍‌ରେ କଥା ହୋଇ ଯୁବକଙ୍କ ମୃତ୍ୟୁ

ENO Beuro

ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

ENO Beuro

ରେଳ ମନ୍ତ୍ରଣାଳୟ ଦ୍ୱାରା ପାଳିତ ହେଲା ‘ସ୍ୱଚ୍ଛତା ହି ସେବା ପଖୱାଡା’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More