News

ଆଜିଠୁ ଗୌହାଟୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ; ହ୍ରାସ ହୋଇପାରେ ବହୁ ସାମଗ୍ରୀର ଶୁଳ୍କ ହାର

By Krishna Kumar Manoj

November 09, 2017

ଆଜିଠୁ ଆସାମର ଗୌହାଟିରେ ଆରମ୍ଭ ହେଉଛି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ । ଜିଏସଟି ବାବଦରେ ଏହା ୨୩ତମ ବୈଠକ । ଏହି ବୈଠକରେ ଜିଏସଟିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ , ଯେଉଁଥିରେ ଉଭୟ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଫାଇଦା ମିଳିବ ବୋଲି ଜଣାପଡିଛି । ବୈଠକରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲିଂର ସୂତ୍ର ମଧ୍ୟ ସରଳ କରିବା ଉପରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ବିଶେଷକରି ୨୮ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବହୁ ସାମଗ୍ରୀ ୧୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମୁଖ୍ୟତଃ ସାମ୍ପୋ, ବିଭିନ୍ନ ପ୍ଲାଟିକ ସାମଗ୍ରୀ ଓ କାଠ ନିର୍ମତ ସାମଗ୍ରୀ ଉପରେ ଜିଏସଟି କମିବାର ସମ୍ଭାବନା ରହିଛି ।

ଗତ ଜୁଲାଇ ପହିଲାରୁ ସାରା ଦେଶରେ ଦ୍ରବ୍ୟ ଓ ସେବା କର ବା ଜିଏସଟି ଲାଗୁ  କରାଯାଇଥିଲା।  ଜିଏସଟି ଲାଗୁ ପରେ ଜିଏସଟି କାଉନସିଲ ପକ୍ଷରୁ ପ୍ରତି ମାସରେ ଏହି ବୈଠକ ବସୁଛି।

ପଢନ୍ତୁ, ମଙ୍ଗଳ ଗ୍ରହକୁ ୭୨୦ ଦିନିଆ ଯାତ୍ରା କରିବା ପାଇଁ ଟିକଟ ବୁକ କଲେ ଲକ୍ଷାଧିକ ଭାରତୀୟ