News

ଜିଏସଟି ଦେଲା ନୂଆ ଉପହାର ,ଘର ଦାମ ହେଲା ଶସ୍ତା

ନୋଟବନ୍ଦୀ ଓ ଜିଏସଟି ଗ୍ରାହକଙ୍କୁ ଦେଲା ନୂଆ ଉପହାର । ଏବେ ଠୁ ଉଚିତ ମୂଲ୍ୟରେ ପାଇପାରିବେ ଘର। ଏହି ଆଇନ କାର୍ଯ୍ୟକାରୀ ହେବା ଯୋଗୁଁ ଦେଶରେ ଘର ଦାମ ଶସ୍ତା ହେବାରେ ଲାଗିଛି।

 ଏକ ସର୍ଭେରୁ ଜଣାପଡ଼ିଛି ଯେ ,ସାରା ଦେଶରେ ଗତବର୍ଷ ଘର ଦାମ ହାରାହାରି ୩ ପ୍ରତିଶତ କମିଯାଇଛି  । ରିଅଲ ଇଷ୍ଟେଟ କନସଲଟାନସି ଫାର୍ମ “ନାଇଟ ଫ୍ରାଙ୍କ’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୧୬ ତୁଳନାରେ ୨୦୧୭ ମସିହାରେ ଘର ଦାମ ଏଭଳି କମିଥିବା ପରିଲକ୍ଷିତ ହୋଇଛି ।

ବେଙ୍ଗାଲୁରୁରେ ବିକ୍ରିର ଚାହିଦା ସର୍ବାଧିକ ୨୬ ପ୍ରତିଶତ କମିଯାଇଛି। ପୁନେରେ ଘର ଦାମ ସର୍ବାଧିକ ୭ ପ୍ରତିଶତ କମିଥିବା ବଳେ ମୁମ୍ବାଇରେ ୫ ପ୍ରତିଶତ କମିଯାଇଛି । ଚାହିଦା କମିଥିବାରୁ ଘର ବିକ୍ରି ସଂଖ୍ୟା ବି କମିଛି । ସେହଭଳି ଦିଲ୍ଲୀରେ ବିକ୍ରି ୬ପ୍ରତିଶତ ଓ ଚେନ୍ନାଇ ୨୦ ପ୍ରତିଶତ ଚାହିଦା କମିଛି ।  ତେବେ ମହାରାଷ୍ଟ୍ର ଭଳି ଯେଉଁ ରାଜ୍ୟରେ ରେରା  ଆଇନକୁ କଡ଼ାକଡ଼ି କରାଯାଇଛି, ସେଠାରେ ଗ୍ରାହକଙ୍କ ବିଶ୍ୱାସ ବଢ଼ିଛି ଓ ନୂଆ ଘର ବିକ୍ରି ବି ବଢ଼ିଛି ।

ମୁମ୍ବାଇରେ ବିକ୍ରି ୩ ପ୍ରତିଶତ ବଢ଼ିଥିବା ବେଳେ ପୁନେରେ ବିକ୍ରି ୫ ପ୍ରତିଶତ ବଢ଼ିଯାଇଛି । ତେବେ ୫୦ ଲକ୍ଷ ଟଙ୍କା ତଳକୁ ବଜେଟ୍ ଭିତରେ ଥିବା ଫ୍ଲାଟ୍ ଓ ଘରର ବିକ୍ରି ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ସବ୍ସିଡି କାରଣରୁ ଏଭଳି ଚାହିଦା ବଢ଼ିଥିବା କୁହାଯାଉଛି ।ନକୁ କଡ଼ାକଡ଼ି କରାଯାଇଛି, ସେଠାରେ ଗ୍ରାହକଙ୍କ ବିଶ୍ୱାସ ବଢ଼ିଛି ଓ ନୂଆ ଘର ବିକ୍ରି ବି ବଢ଼ିଛି ।

ଜିଏସଟି ଦେଲା ନୂଆ ଉପହାର ,ଘର ଦାମ ହେଲା ଶସ୍ତା building

ପଢନ୍ତୁ ;

ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି କି ? ଆସନ୍ତୁ ଜାଣିବା ରାଗ/କ୍ରୋଧ ଉପରେ କିପରି ନିୟନ୍ତ୍ରଣ କରାଯାଏ?

 

Related posts

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More