News

ସାଧାରଣ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଉପରେ ପଡିବ ଜିଏସଟି ର ପ୍ରଭାବ

By ENO Beuro

November 07, 2017

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଆସନ୍ତା ୯ ତାରିଖରେ ଗୌହାଟିରେ ଗଠିତ ହେବ ଜିଏସ୍‌ଟି ପରିଷଦର ୨୩ତମ ବୈଠକ । ଏହି ବୈଠକରେ ଅନେକ ନିତ୍ୟ ବ୍ୟବହାର୍ଜ୍ୟସାମଗ୍ରୀର ଜିଏସ୍‌ଟି ହାର କମ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟିକସ ହାରରେ ଆହୁରି ସୁଧାର ଅଣାଯିବ ବୋଲି ସଙ୍କେତ ଦେଇଛନ୍ତି । ମୋଦି କହିଛନ୍ତି ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଯଦି କୌଣସି ରାଜ୍ୟ ସମସ୍ୟା ସୃଷ୍ଟି ନକରନ୍ତି ତାହେଲେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଓ ବାଣିଜ୍ୟ ଜଗତକୁ ନୂଆ ଶକ୍ତି ଦେବାଲାଗି ଯେଉଁ ସୁଧାର ଆବଶ୍ୟକ ତାହା କରାଯିବ ।

ଜିଏସ୍‌ଟି ପରିଷଦ ଆଗାମୀ ବୈଠକରେ ହାତ ତିଆରି ଫର୍ଣ୍ଣିଚର, ପ୍ଲାଷ୍ଟିକ୍‌ ଉତ୍ପାଦ ଏବଂ ସାମ୍ପୁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି । ପୂର୍ବର ପରୋକ୍ଷକର ବ୍ୟବସ୍ଥାରେ ଯେଉଁସବୁ ସାମଗ୍ରୀକୁ ଟିକସ ପରିସରରୁ ବାଦ୍‌ ଦିଆଯାଇଥିଲା କିମ୍ବା କମ୍‌ ଟିକସ ହାର ଆଦାୟ କରାଯାଉଥିଲା ଜିଏସ୍‌ଟିରେ ସେଗୁଡ଼ିକର ଟିକସ ହାର ଅଧିକ ରହିଛି । ତେଣୁ ସେସବୁ ସାମଗ୍ରୀର ଜିଏସ୍‌ଟି ହାରକୁ କମ୍‌ କରାଯିବା ଉପରେ ଜିଏସ୍‌ଟି ପରିଷଦ ବିଚାର କରିବ ।

୨୮% ଜିଏସ୍‌ଟି ଆଦାୟ ହେଉଥିବା କେତେକ ସାମଗ୍ରୀର ଟିକସ ହାର ୧୮%କୁ କମାଇବା ଆଶା ରହିଛି । ସେଥିରେ ହାତ ତିଆରି ଫର୍ଣ୍ଣିଚର, ଇଲେକ୍‌ଟ୍ରିକ୍‌ ସୁଇଚ୍‌, ପ୍ଲାଷ୍ଟିକ୍‌ ପାଇପ୍‌ ଆଦିର ଟିକସ ହାର ସଂଶୋଧନ ଉପରେ ବିଚାରବିମର୍ଶ କରାଯିବ । ଜିଏସଟିରେ ସବୁ ପ୍ରକାର ଫର୍ଣ୍ଣିଚରର ଟିକସ ହାର ୨୮% ରହିଛି । ଯଦିଓ କେତେକ ପ୍ଲାଷ୍ଟିକ ସାମଗ୍ରୀ ଉପରେ ୧୮% ଜିଏସ୍‌ଟି ଆଦାୟ କରାଯାଉଛି ତଥାପି ବିଭିନ୍ନ ସାନିଟାରି ସାମଗ୍ରୀର ଜିଏସ୍‌ଟି ହାର ୨୮% ରହିଛି । ତେଣୁ ଏସବୁ ସାମଗ୍ରୀର ଜିଏସ୍‌ଟି ସଂଶୋଧନ ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଛି । ଏତଦ୍‌ ବ୍ୟତୀତ ଓଜନ ମେସିନ୍‌, କମ୍ପ୍ରେସର ଆଦିର ଜିଏସ୍‌ଟି ହାରକୁ ୨୮%ରୁ ୧୮%କୁ କମିବା ସମ୍ଭାବନା ରହିଛି । ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଦେଢ଼ କୋଟି ଟଙ୍କାରୁ କମ୍‌ ସାମଗ୍ରୀ ନିର୍ମାଣ କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ପାଦନ ଶୁଳ୍କ ଛାଡ଼ କରାଯାଇଥିଲା । ଫଳରେ ଏସବୁ ମେସିନ୍‌ ଉପରେ କେବଳ ୧୪.୫% ଭାଟ୍‌ ଲାଗୁ ହେଉଥିଲା। ସେହିଭଳି କମ୍ପ୍ରେସର ଉପରେ ଜିଏସ୍‌ଟି ପୂର୍ବରୁ ଟିକସ ହାର ୧୭.୫% ରହିଥିଲା । ଏଥିରେ ୧୨.୫% ଉତ୍ପାଦନ ଶୁଳ୍କ ଏବଂ ୫% ଭାଟ୍‌ ରହିଥିଲା

ପଢନ୍ତୁ, ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା