ବଜେଟ ଆସିବା ପୂର୍ବରୁ ମୋଦି ସରକାର ଦେଶବାସୀଙ୍କୁ ଦେଲେ ନୂଆବର୍ଷର ଭେଟି । ଗୁରୁବାର ବସିଥିବା ଜିଏସଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ନୂଆ ନିଷ୍ପତି ଅନୁଯାୟୀ, ୨୯ଟି ଦ୍ରବ୍ୟ ଓ ୫୩ ସେବା ଉପରେ ଲାଗୁ ହୋଇଥିବା ଜିଏସିଟି ହାରକୁ ହ୍ରାସ କରାଯାଇଛି ।ଏଗୁଡିକୁ ଜିଏସଟି ମୁକ୍ତ କରାଯାଇଥିବା ସୂଚନା ମିଳିଛି । ଏହାଛଡା ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ଜିଏସଟି ମୁକ୍ତ ତାଲିକାରେ ସାମିଲ କରାଯାଇଛି । ୩୯ଟି ଦ୍ରବ୍ୟ ଉପରୁ ଜଶସଟି ହ୍ରାସ କରାଯାଇ ଯଥାକ୍ରମେ ୫ ଓ ୧୨ ପ୍ରତିଶତ କରାଯାଇଛି । । ସେପଟେ ସବୁଠାରୁ ଚର୍ଚ୍ଚାରେ ଥିବା ଦୁଇଟି ପ୍ରସଙ୍ଗ ରିଅଲ ଇ ଷ୍ଟେଟ୍ ଓ ପେଟ୍ରୋଲିଅମ ସାମଗ୍ରୀ ଉପରେ ଆଜି ଆଲୋଚନା ହୋଇନାହିଁ । ଦେଶର ଅଧିକାଂଶ ଲୋକଙ୍କ ନଜର ଏହି ଦୁଇଟି ଉତ୍ପାଦ ଉପରେ ରହିଛି । ଜାନୁଆରୀ ୨୫ରୁ ସଂଶୋଧିତ ଟିକସ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି ।ଅନ୍ୟପଟେ ଆସନ୍ତା ଫେବୃଆରୀ ୧ ତାରିଖରୁ ଇ-ୱେବିଲ ବ୍ୟବସ୍ଥା ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି।
ପେଟ୍ରୋଲ ଓ ରିଅଲ ଇଷ୍ଟେଟ ଉପରେ ଜିଏସଟି ଲାଗୁ କରାଯିବା ନେଇ ପୂର୍ବରୁ ଚର୍ଚ୍ଚା କରାଯାଉଥିଲା । ଗତ ଦୁଇମାସ ଧରି ଯେଉଁଭଳି ଭାବରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି ତାହା ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଛି । ତେଣୁ ପେଟ୍ରୋଲରେ ଜିଏସଟି ଲାଗିବା ଦ୍ୱାରା ଏହାର ଦର ହ୍ରାସ ପାଇଥାନ୍ତି । କିନ୍ତୁ ଏହାକୁ ପୁଣିଥରେ ଝୁଲାଇ ରଖିଛନ୍ତି ସରକାର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଆଗାମୀ ବୈଠକରେ ଏଣିକି ଆଲୋଚନା ହେବ ।
ବୈଠକ ଶେଷ ହେବ ପରେ ଜେଟଲୀ କହିଛନ୍ତି ଯେ ୨୯ଟି ଦ୍ରବ୍ୟ ଓ ୫୩ଟି ସେବା ଉପରୁ ଜିଏସଟି ହାର ହ୍ରାସ କରିବାଲାଗି ଫିଟମେଣ୍ଟ କମିଟି ସୁପାରିଶ କରିଥିଲା । ଜିଏସଟି କାଉନସିଲ ଫିଟମେଣ୍ଟ କମିଟିର ଏହି ସୁପାରିସକୁ ମାନିନେଇଛି । ଆସନ୍ତା ୨୫ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ଆସନ୍ତା ଫେବ୍ରୁଆରୀ ୧ରେ କେନ୍ଦ୍ର ସରକାର ବଜେଟ ଆଗତ କରିବାକୁ ଯାଉଥିବାରୁ ଏହି ବୈଠକର ବେଶ ଗୁରୁତ୍ୱ ରହିଛି ।
ଜିଏସଟି କାଉନସିଲ ବୈଠକ ପରେ କମିଥିବା ସାମଗ୍ରୀ ; ହସ୍ତଶିଲ୍ପ ସାମଗ୍ରୀ, ସେକେଣ୍ଡହାଣ୍ଡ କାର,ପେଟ୍ରୋଲିୟମ ଓ ଗ୍ୟାସର ମାଇନିଂ ଓ ଡ୍ରିଲିଂ ସେବା, ଆମ୍ବୁଲାନ୍ସ ଗାଡି, ମେଟ୍ରୋ ଓ ମନୋରେଲ ପ୍ରୋଜେକ୍ଟ ସର୍ଭିସ, ହୀରା,ପେଟ୍ରୋଲିୟମ ଉତ୍ପାଦର ପରିବହନ ସେବା, ଭେଲଭେଟ କପଡା, ମେହେନ୍ଦି ପେଷ୍ଟ, ପାଣି ବୋତଲ, ଫସଫୋରିକ ଏସିଡ, ବାୟୋଡିଜେଲ, ମେକାନିକାଲ ସ୍ପ୍ରେୟାର, ବାୟୋ ଡିଜେଲରେ ଚାଲୁଥିବା ବସ୍, ଜୈବ-କୀଟନାଶକ, ଘରୋଇ ବିତରକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଏଲପିଜି
ବଢିଥିବା ସାମଗ୍ରୀ ;ସିଗାରେଟ,ରାଇସ ବ୍ରାନ ଅଏଲ
ପଢନ୍ତୁ ;