News

କେଉଁ ସାମଗ୍ରୀ ଉପରୁ ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା

ଜିଏସଟି କାଉନସିଲ ବୈଠକରେ ନିଆଯାଇଥିବା ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୨୮ ଦ୍ରବ୍ୟ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା। ଏଥିରୁ ଏବେ ୧୭୮ ଦ୍ରବ୍ୟର ଟ୍ୟାକ୍ସ କମ କରାଯାଇ ଏହାକୁ ୧୮ ପ୍ରତିଶତ ଟ୍ୟାକ୍ସ ସ୍ଲାବ ବଳୟରେ ରଖାଯାଇଛି। ଏହା ବ୍ୟତୀତ ଅନେକ ଦ୍ରବ୍ୟ ଉପରୁ ଟ୍ୟାକ୍ସ ହ୍ରାସ କରାଯାଇଛି। ଜେଟଲୀ କହିଛନ୍ତି ଏବେ ସବୁ ପ୍ରକାରର ରେସ୍ତୋରାଁରେ ୫ ପ୍ରତିଶତ ଜିଏସଟି ଲାଗିବ ଏବଂ ସେମାନଙ୍କୁ ଇନପୁଟ କ୍ରେଡିଟ ଟ୍ୟାକ୍ସର ଫାଇଦା ମିଳିବ ନାହିଁ। କିନ୍ତୁ ଏବେ ବାହାରେ ଖାଦ୍ୟ ଖାଇବା ଶସ୍ତା ହୋଇଯିବ। ଜେଟଲୀଙ୍କ ମୁତାବକ ନୂତନ ଦରର ଫାଇଦା ନଭେମ୍ବର ୧୫ରୁ ଜନତାଙ୍କୁ ମିଳିବା ଆରମ୍ଭ ହେବ। ଏହା ହେଉଛି ଜିଏସଟି ପରିଷଦର ୨୮ ତମ ବୈଠକ। ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରୁ କେତେ ଟିକସ କମିଲା।

ଜିଏସ୍‌ଟି ୨୮ରୁ ୧୮% ଖସି ଆସିଥିବା ସାମଗ୍ରୀ

ଚୁଇଂଗମ୍, ଚକୋଲେଟ୍‌, କଫି, କଷ୍ଟାର୍ଡ ପାଉଡର, ମାର୍ବଲ ଓ ଗ୍ରାନାଇଟ୍, ଜୋତା ପଲିସ୍‌ ଓ କ୍ରିମ୍‌,  ସାନିଟାରୀ ୱେର,ଚମଡ଼ା ପୋଷାକ, ପ୍ରେସର କୁକୁର, ଷ୍ଟୋଭ୍‌, ଆଫ୍ଟର ସେଭ୍‌,ଡିଓଡ୍ରେଣ୍ଟ, ଡିଟରଜେଣ୍ଟ ପାଉଡର, ରେଜର, ବ୍ଲେଡ୍‌, ୱାଟର ହିଟର, ବ୍ୟାଟେରୀ, ଗଗ୍‌ଲସ୍‌, ହାତଘଣ୍ଟା, ମ୍ୟାଟ୍ରେସ୍‌, ଇଲେକ୍ଟ୍ରିତାର, ଫର୍ନିଚର, ସୁଟ୍‌କେସ୍‌, କେଶ କ୍ରିମ୍‌, କେଶରେ ଲଗାଯାଉଥିବା ରଙ୍ଗ, ମେକ୍‌ଅପ୍‌ ସାମଗ୍ରୀ, ପଙ୍ଖା, ଲ୍ୟାମ୍ପ, ରବର ଟ୍ୟୁ, ଓ ମାଇକ୍ରସ୍କୋପ ।

ଜିଏସ୍‌ଟି ୧୮ ରୁ ୧୨% ଖସି ଆସିଥିବା ସାମଗ୍ରୀ

କନ୍‌ଡେନ୍‌ସ୍ଡ ମିଲ୍କ, ବିଶୁଦ୍ଧ ଚିନି, ଡାଇବେଟିସ୍‌ ଖାଦ୍ୟ, ପାସ୍ତା ମସଲା, ପ୍ରିଟିଙ୍ଗ୍‌ ଇଙ୍କ୍‌, ହ୍ୟାଣ୍ଡ ବ୍ୟାଗ୍‌, ଟୋପି, ଚଷମା ଫ୍ରେମ୍‌ ଓ ବାଉଁଶରେ ତିଆରି ଫର୍ନିଚର।

ଜିଏସ୍‌ଟି ୫ %ରୁ ୦କୁ ଖସି ଆସିଥିବା ସାମଗ୍ରୀ

କିଛି ଶୁଖିଲା ପରିବା, କତା ଛଡ଼ା ନଡ଼ିଆ ଓ ମାଛ

ଜିଏସ୍‌ଟି ୧୮ରୁ ୬ %କୁ ଖସି ଆସିଥିବା ସାମଗ୍ରୀ

ପଫଡ଼ ରାଇସ୍‌ ଚିକି (ବାଦାମ ମଞ୍ଜିକୁ ନେଇ ପ୍ରସ୍ତୁତ ହେଉଥିବା ମିଠା ଜାତୀୟ ଖାଦ୍ୟ), ଆଳୁର ଅଟା, ଚଟଣି ପାଉଡର, ଫ୍ଲାଇ ସଲଫର୍‌।

ଜିଏସ୍‌ଟି ୧୨ ରୁ ୫% ହୋଇଥିବା ସାମଗ୍ରୀ

ଇଡ୍‌ଲି ଓ ଦୋସା ପିଠଉ, ଚମଡ଼ାରେ ତିଆରି ସାମଗ୍ରୀ, ଦଉଡ଼ି, ମାଛ ଧରିବା ଜାଲ, ପୁରୁଣା ପୋଷାକ ଓ ଶୁଖା ନଡ଼ିଆ।

ଏବେ ବି ମହଙ୍ଗା ସାମଗ୍ରୀ

ପାନ ମସଲା, କୋଲ୍ଡ ଡ୍ରିଂକ୍ସ , ସୁସ୍ୱାଦୁ ଡ୍ରିଂକ୍ସ, ସିଗାରେଟ୍‌, ତମ୍ୱାକୁ ସାମଗ୍ରୀ, ସିମେଣ୍ଟ, ଘରେ ଲଗାଯାଉଥିବା ରଙ୍ଗ, ପରଫ୍ୟୁମ୍‌, ଏସି, ଡିସ୍‌ ୱାସିଙ୍ଗ ମେସିନ୍, ୱାସିଙ୍ଗ ମେସିନ୍, ରେଫ୍ରିଜେଟର, ଭାକ୍ୟୁମ୍‌ କ୍ଲିନର୍‌, କାର୍‌ ଓ ବାଇକ୍‌, ବିମାନ ଓ ୟାଟ୍‌ । ଏ ସାମଗ୍ରୀ ଗୁଡ଼ିକ ପାଇଁ ଏବେବି ୨୮ ପ୍ରତିଶତ ଟିକସ ଦେବାକୁ ହେବ।

କେଉଁ ସାମଗ୍ରୀ ଉପରୁ  ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା  କେଉଁ ସାମଗ୍ରୀ ଉପରୁ  ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା

ପଢନ୍ତୁ, ମୋବାଇଲ ଆପ୍ ସାହାଯ୍ୟରେ ଦୁର୍ଘଟଣାର ସୂଚନା ପାଇବେ ପରିବାର ଲୋକ ଓ ପୋଲିସ

Related posts

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ENO Beuro

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ENO Beuro

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା କେନ୍ଦ୍ରୀୟ ହିନ୍ଦୀ କମିଟିର ୩୧ତମ ବୈଠକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More