News

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

ଅଗଷ୍ଟ 2018 ପାଇଁ ଜିଏସଟି ରାଜସ୍ୱ ସଂଗ୍ରହ 93,960 କୋଟି ଟଙ୍କାରେ ପହଁଚିଛି । ଏଥିମଧ୍ୟରେ ସିଜିଏସଟି ପରିମାଣ 15,303 କୋଟି, ଏସଜିଏସଟି 21,154 କୋଟି ଏବଂ ଆଇଜିଏସିଟି 49,876 କୋଟି (ଆମଦାନୀ ଉପରେ ଆଦାୟ ହୋଇଥିବା 26,512 କୋଟି) ଏବଂ ସେସ 7,628 କୋଟି (ଆମଦାନୀ ଉପରେ ସଂଗୃହିତ 849 କୋଟି) । 31 ଅଗଷ୍ଟ 2018 ସୁଦ୍ଧା ଜୁଲାଇ ମାସ ପାଇଁ ଦାଖଲ କରାଯାଇଥିବା ମୋଟ ଜିଏସଟିଆର 3B ସଂଖ୍ୟା 64 ଲକ୍ଷ ରହିଛି । ଏହା 31 ଜୁଲାଇ, 2018 ସୁଦ୍ଧା ଜୁନ ମାସ ପାଇଁ ଦାଖଲ କରାଯାଇଥିବା ରିଟର୍ଣ୍ଣ ତୁଳନାରେ ସାମାନ୍ୟ ଅଧିକ । କେରଳ ରାଜ୍ୟ ପାଇଁ ଜୁଲାଇ,2018ର ରିଟର୍ଣ୍ଣ ଦାଖଲ କରିବା ପାଇଁ ଶେଷ ତାରିଖକୁ 5 ଅକ୍ଟୋବର, 2018କୁ ସମ୍ପ୍ରସାରିତ କରାଯାଇଥିଲା।

ଅଗଷ୍ଟ, 2018 ମାସ ପାଇଁ 12 ହଜାର କୋଟି ଟଙ୍କାର ଅସ୍ଥାୟୀ ପରିଶୋଧ ପରେ ସିଜିଏସଟି ବାବଦରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ 36,963 କୋଟି ଏବଂ ଏସଜିଏସଟି ବାବଦରେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ 41,136 କୋଟି ଟଙ୍କାରେ ପହଁଚିଛି । ଜୁନ-ଜୁଲାଇ 2018ର ଦ୍ୱିମାସିକ ଅବଧି ଲାଗି କ୍ଷତିପୂରଣ ଆକାରରେ ରାଜ୍ୟଗୁଡ଼ିକୁ 14,930 କୋଟି ଟଙ୍କା ଜାରି କରାଯାଇଛି।

ଅଗଷ୍ଟ 2018ରେ ରାଜସ୍ୱ ସଂଗ୍ରହ ପରିମାଣ 93,960 କୋଟି ଟଙ୍କାରେ ପହଁଚିଛି ଯାହା ଜୁଲାଇ, 2018ର ରାଜସ୍ୱ ସଂଗ୍ରହ ପରିମାଣ 96,483 ଏବଂ ଜୁନ, 2018ର ରାଜସ୍ୱ ସଂଗ୍ରହର ପରିମାଣ 95,610 କୋଟି ତୁଳନାରେ ସାମାନ୍ୟ କମ ।

gst ଅଗଷ୍ଟ ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା gst

ଜିଏସଟି ପରିଷଦ ଦ୍ୱାରା କେତେକ ବସ୍ତୁ ଉପରେ ଟିକସ ଦର ହ୍ରାସ କରାଯାଇଥିଲା । ଏ ସମ୍ପର୍କରେ 21 ଜୁଲାଇରେ ଅନୁଷ୍ଠିତ ପରିଷଦର ବୈଠକରେ ନିଷ୍ପତି ନିଆଯାଇଥିଲା । ମାତ୍ର ହ୍ରାସ ପାଇଥିବା ଟିକସ ଦରର ବିଜ୍ଞପ୍ତି 27 ଜୁଲାଇ, 2018 ଠାରୁ ଲାଗୁ ହୋଇଥିଲା । ଏହି କାରଣରୁ ଉପରୋକ୍ତ ବସ୍ତଗୁଡ଼ିକର ବିକ୍ରି ସ୍ଥଗିତ ରଖାଯାଇଥିଲା । ସମ୍ଭବତଃ ସେହି କାରଣରୁ ଟିକସ ରାଜସ୍ୱ ଆଦାୟରେ ଏପରି ହ୍ରାସ ଦେଖାଦେଇଛି । ହ୍ରାସ ପାଇଥିବା ଟିକସ ଦରର ଲାଭ ଉପଭୋକ୍ତାଙ୍କ ନିକଟକୁ ପହଁଚାଇବା ପାଇଁ କିଛି ସମୟ ଲାଗିଥିବା କାରଣରୁ ଉପଭୋକ୍ତାମାନେ ହୁଏତ’ ଲାଭ ଆଶାରେ ସେହିସବୁ ସାମଗ୍ରୀର କ୍ରୟକୁ ସ୍ଥଗିତ ରଖିଥିଲେ । ଏହି ମାସର ଶେଷ ଦିନଗୁଡ଼ିକରେ ହ୍ରାସ ପାଇଥିବା ଟିକସର ପ୍ରଭାବ ଅନୁଭୂତ ହୋଇଥିବା କାରଣରୁ ପରବର୍ତ୍ତୀ ମାସ ଠାରୁ ଟିକସ ହ୍ରାସର ବାସ୍ତବ ପରିଣାମ ଅନୁଧ୍ୟାନ କରାଯିବା ସମ୍ଭବ ହୋଇପାରିବ।

ଏପରିକି ପରୋକ୍ଷ ଟିକସ ସଂଗ୍ରହ ଅତୀତର ଧାରା ଦର୍ଶାଉଛି ଯେ ଜୁଲାଇରେ ଟିକସ ସଂଗ୍ରହ ମୋଟ ବାର୍ଷିକ ସଂଗ୍ରହର 8.2% ହୋଇଥିବା ବେଳେ ଅଗଷ୍ଟ ସଂଗ୍ରହ ଏହା ତୁଳନାରେ ସାମାନ୍ୟ କମ 7.7% ହୋଇଥାଏ । ଏହା ମଧ୍ୟ ଜୁଲାଇ ତୁଳନାରେ ଅଗଷ୍ଟ ମାସରେ କମ ଟିକସ ସଂଗ୍ରହର ଏକ କାରଣ ହୋଇପାରେ।

ପଢନ୍ତୁ; ୟୁପିରେ ପ୍ରବଳ ବର୍ଷା,୧୬ ମୃତ

Related posts

୪ଟି ପ୍ରଜାତିର ଗଛକୁ ନକାଟିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମତ

ENO Beuro

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ENO Beuro

ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More