News

ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ, ୨୭ଟି ସାମଗ୍ରୀ ଉପରେ ଟିକସ କମ

ଦେଶର ଆର୍ଥିକ ସ୍ଥିତିତୁ ଆଖି ଆଗରେ ରଖି ଜିଏସ୍‌ଟି ଉପରେ ନୂତନ ପଦକ୍ଷେପ ନିଆଯାଇଛି ।  ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୨ତମ ବୈଠକରେ ଦିନତମାମ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ୨୭ଟି ସାମଗ୍ରୀର ଟିକସ କୁ କମାଇ ଦିଆଯିବ ବୋଲି ନିସ୍ପତି ନିଆଯାଇଥିଲା  । ଏଥିସହିତ ପୂର୍ବସୂଚନା ଅନୁଯାଇ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସରଳ କରାଯାଇଥିବାବେଳେ କମ୍ପୋଜିସନ୍‌ ସ୍କିମ୍‌ର ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି।

ଅଣ ବ୍ରାଣ୍ଡେଡ୍‌ ନମ୍‌କିନ, ଅଣ ବ୍ରାଣ୍ଡେଡ୍‌ ଆୟୁର୍ବେଦ  ଔଷଧ, ରବର, ପ୍ଲାଷ୍ଟିକ୍‌ ଏବଂ କାଗଜର ବର୍ଜ୍ୟବସ୍ତୁ, ଶିଶୁ ଖାଦ୍ୟ, ଖାକ୍‌ରା ଓ ଚପାତି ଆଦି ଉପରେ ଜିଏସ୍‌ଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଜରି କାମ, ଇମିଟେସନ୍‌ ଗହଣା ଏବଂ ଛପା ସାମଗ୍ରୀ ଉପରେ ଜିଏସ୍‌ଟି ମଧ୍ୟ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ହାତ ତିଆରି ସୂତା ଉପରୁ ଜିଏସ୍‌ଟି ୧୨ ପ୍ରତିଶତକୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ବୟନ ଶିଳ୍ପ ଲାଭବାନ ହେବ ବୋଲି ଆଶା ରଖାଯାଇଛି।

ଜିଏସ୍‌ଟି ପରିଷଦ ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ ୧.୫ କୋଟି ଟଙ୍କାର କାରବାର କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା (ଏସ୍‌ଏମ୍‌ଇ)ଗୁଡ଼ିକ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ ନକରି ତିନି ମାସରେ ଥରେ ରିଟର୍ଣ୍ଣ ଦାଖଲ କରିପାରିବେ । ଜିଏସ୍‌ଟି ପରିଷଦର ଏହି ନିଷ୍ପତ୍ତି ଦ୍ୱାରା ୯୦ ପ୍ରତିଶତ ଟିକସଦାତା ଲାଭବାନ ହେବେ

ଜିଏସ୍‌ଟି କମ୍ପୋଜିସନ୍‌ ସ୍କିମ୍‌ର ସୀମା ମଧ୍ୟ ୭୫ ଲକ୍ଷ ଟଙ୍କାରୁ ବଢ଼ାଇ ୧ କୋଟି ଟଙ୍କା କରାଯାଇଛି। ଯେଉଁ ବ୍ୟବସାୟୀମାନେ ଏହି ସ୍କିମ୍‌ର ଲାଭ ହାସଲ କରିବେ ସେମାନଙ୍କୁ ଆଉ ଜଟିଳ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ କେବଳ ୧ରୁ ୫ ପ୍ରତିଶତ ମଧ୍ୟରେ ଟିକସ ଦେବାକୁ ପଡ଼ିବ। କମ୍ପୋଜିସନ୍‌ ସ୍କିମ୍‌ରେ ବ୍ୟବସାୟୀମାନଙ୍କୁ ୧ ପ୍ରତିଶତ, ନିର୍ମାତାମାନଙ୍କୁ ୨ପ୍ରତିଶତ ଏବଂ ରେସ୍ତୋରାଁଗୁଡ଼ିକୁ ୫ପ୍ରତିଶତ ଟିକସ ଦେବାକୁ ପଡ଼ିବ ବୋଲି ଜେଟ୍‌ଲି କହିଛନ୍ତି।

ସେହିପରି ରପ୍ତାନିକାରୀମାନଙ୍କୁ ଜୁଲାଇ ଏବଂ ଅଗଷ୍ଟ ମାସର ରିଟର୍ଣ୍ଣ ଚେକ୍‌ ଜରିଆରେ ଅକ୍ଟୋବର ୧୦ ଏବଂ ଅକ୍ଟୋବର ୧୮ରେ ପ୍ରଦାନ କରାଯିବ। ୨୦୧୮ ଏପ୍ରିଲ୍‌ ୧ ସୁଦ୍ଧା ରପ୍ତାନିକାରୀମାନଙ୍କ ପାଇଁ ଇ-ଓ୍ଵାଲେଟ୍‌ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଜରିଆରେ ସବୁ କିଛି ପ୍ରକ୍ରିୟାକରଣ କରାଯିବ। ଏହାର ସମୟ ସୀମା ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଏଥିସହିତ ରତ୍ନପଥର, ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କାରବାର କରୁଥିବା ସଂସ୍ଥାଗୁଡ଼ିକର ବାର୍ଷିକ କାରବାର ପରିମାଣ ୨ କୋଟି ଟଙ୍କାରୁ ଅଧିକ ସେମାନେ ମନି ଲଣ୍ଡରିଂ ନିୟମ ପରିସରରେ ରହିବେ ନାହିଁ ବୋଲି ନିଷ୍ପତ୍ତି ହେବା ସହ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଖରିଦ କରୁଥିବା କୌଣସି ଲୋକଙ୍କୁ ପାନ୍‌ କିମ୍ବା ଆଧାର ବିବରଣୀ ପ୍ରଦାନ କରିବାକୁ ପଡ଼ିବ ନାହିଁ ବୋଲି ସରକାର ଜଣାଇଛନ୍ତି । ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ଜାରି କରାଯିବ।

Related posts

ଆଜି ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ

ENO Beuro

ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ENO Beuro

ମଦ ପିଇ ବର ବେଦିରୁ ଉଠିଗଲେ: ଥାନାରେ ହେଲା ବରଣମାଳା, ଆଜି କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More