News

‘ମୁଁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର-କଳ୍‌କୀ, ଅଫିସ୍ ଯାଇପାରିବି ନାହିଁ !

ବିଶ୍ୱବାସୀଙ୍କ ହିତ ପାଇଁ କରୁଛି ତପସ୍ୟା

ଗୁଜରାଟର ବଡ଼ୋଦରାରେ ସର୍ଦ୍ଦାର ସରୋବର ନିଗମରେ କାମ କରୁଥିବା ଇଞ୍ଜିନିୟର ରମେଶଚନ୍ଦ୍ର ଫେଫ୍‌ରେ । ‘ମୁଁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର-କଳ୍‌କୀ । ଅଫିସରେ ତପସ୍ୟା କରିବା ମୋ ପାଇଁ ଅସମ୍ଭବ। ମୁଁ ଘରେ ରହି ତପସ୍ୟାରେ ମଗ୍ନ ହେଉଛି।’ ଏଭଳି ଦାବି କରିଛନ୍ତି ଗୁଜରାଟ ସରକାରଙ୍କ ଜଣେ ସରକାରୀ କର୍ମଚାରୀ । ଏଥିସହ ସେ ଅଫିସ ଆସି ପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଛନ୍ତି ।

ଅନେକ ଦିନ ଅଫିସରେ ଅନୁପସ୍ଥିତ ରହିବା ପରେ ତାଙ୍କୁ ଏକ ନୋଟିସ ଜାରି କରାଯାଇଥିଲା । ଉକ୍ତ ଅଧିକାରୀ ଜଣକ ନୋଟିସର ଉତରରେ ଏହା କହିଥିଲେ ସେ ଲୋକଙ୍କ କଲ୍ୟାଣ ପାଇଁ ତପସ୍ୟା କରୁଛନ୍ତି ଓ ସେଥିପାଇଁ ଅଫିସ ଯାଇପାରୁ ନାହାଁନ୍ତି । ଏଥିସହ ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, କେବଳ ତାଙ୍କ ପାଇଁ ଦେଶରେ ଭଲ ବୃଷ୍ଟିପାତ ହେଉଛି । ଆଗାମୀ ଦିନରେ ସେ ନିଜକୁ କଳ୍‌କୀ ବୋଲି ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

୨୦୧୦ରେ ସେ କଳ୍‌କୀ ବୋଲି ଅନୁଭବ କରିବା ପରେ ତାଙ୍କଠାରେ ବିଭିନ୍ନ ଦୈବୀ ଶକ୍ତିର ସଞ୍ଚାର ହେଉଥିବା ସେ ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ତେବେ ଗତ ୮ ମାସ ମଧ୍ୟରେ ୧୬ଦିନ ଅଫିସରେ ଉପସ୍ଥିତ ରହିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

‘ମୁଁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର-କଳ୍‌କୀ, ଅଫିସ୍ ଯାଇପାରିବି ନାହିଁ ! kalki

ପଢନ୍ତୁ ;

ମାତ୍ର ଦୁଇ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଇସ୍ତଫା ଦେଲେ ବି ଏସ୍ ୟେଦୁରପ୍ପା !

Related posts

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ଜବତ ହେଉ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍‌ର ସମ୍ପତ୍ତି!

Krishna Kumar Manoj

ଇତିହାସ ରଚିଲା ଇସ୍ରୋ ,ଉପଗ୍ରହ ପ୍ରେରଣ କଲା ମହାକାଶକୁ

Krishna Kumar Manoj

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More