POLITICALS

ନୂତନ ମୋଟରଯାନ ଆଇନକୁ ବିଜେପି ଶାସିତ ଗୁଜୁରାଟ ସରକାର ନିଜ ରାଜ୍ୟରେ କାର୍ଯ୍ୟକାରୀ କଲେ ନାହିଁ

Trafic 1 679x430

ମୋଦି ସରକାରଙ୍କ ଦ୍ୱାରା ସଂସଦରେ ସଂଶୋଧିତ ହୋଇଥିବା ନୂତନ ମୋଟରଯାନ ଆଇନ୍‌କୁ ଗତ ସେପ୍ଟେମ୍ବର ୧ ତାରିଖ ଠାରୁ ଦେଶର ପ୍ରାୟ ସବୁ ରାଜ୍ୟ କାର୍ଯ୍ୟକାରୀ କରିଥିବା ବେଳେ ଦେଶର ୪ଟି ଅଣ ବିଜେପି ଶାସିତ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟରେ ଏହି ନୂତନ ଆଇନ୍‌କୁ କାର୍ଯ୍ୟକାରୀ କରି ନଥିଲେ।

 

ନୂତନ ସଂଶୋଧିତ ମୋଟରଯାନ ଆଇନ (୨୦୧୯)ରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ଜରିମାନାର ପରିମାଣ  ମାତ୍ରାଧିକ ରହିଥିବା ଦର୍ଶାଇ ସଂପୃକ୍ତ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକର ରାଜ୍ୟ ସରକାରମାନେ ନୂତନ ଆଇନ୍‌କୁ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ଦେଇଥିଲେ। ଏତେ ପରିମାଣର ଜରିମାନା ପ୍ରଦାନ କରିବା ଜଣଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର। ତେଣୁ, ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ନିଜ ରାଜ୍ୟରେ ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରି ନଥିବା କହିଛନ୍ତି। ତେବେ, ଏସଂପର୍କରେ ଗୁଜୁରାଟ ସରକାର ଆରଟିଓଙ୍କୁ ଏକ ରିପୋର୍ଟ ମାଗିଛନ୍ତି। ଆରଟିଓଙ୍କ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ପଢନ୍ତୁ: ସେସୁର ମାଷ୍ଟର ପ୍ଲାନ୍, ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର

Related posts

ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଆହ୍ୱାନ ଦେଲେ ଅମିତ ଶାହ

Ratnamani Moharana

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ENO Beuro

ନୂଆ ମୋଟର ଯାନ ନିୟମକୁ କେତେ ମାନୁଛନ୍ତି ନେତା

Ratnamani Moharana

Leave a Comment