EnewsOdia.Com

ବିଶ୍ୱର ଉଚ୍ଚତମ ପ୍ରତିମା ଷ୍ଟାଚୁ ଅଫ ୟୁନିଟି ହେଲା ଏସସିଓର ୮ମ ଆଶ୍ଚର୍ଯ୍ୟ

ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ (ଏସସିଓ)ର ୮ମ ଆଶ୍ଚର୍ଯ୍ୟ ତାଲିକାରେ ସ୍ଥାନ ପାଇଲା ଷ୍ଟ୍ୟାଚୁ ଅଫ ୟୁନିଟି । ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ବିଶ୍ୱର ଉଚ୍ଚତମ ପ୍ରତିମା ଷ୍ଟାଚୁ ଅଫ ୟୁନିଟି ହେଲା ଏସସିଓର ୮ମ ଆଶ୍ଚର୍ଯ୍ୟ । ଏନେଇ ସୋମବାର ଦିନ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଘୋଷଣା କରିଛନ୍ତି । ସୁବ୍ରମଣ୍ୟମ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଏହି ସମ୍ପର୍କରେ ସୂଚନା ଦେବା ସହ ଏସସିଓକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଏସସିଓର ପ୍ରଶଂସା ଯଥାର୍ଥ ଅଟେ । ବିଦେଶମନ୍ତ୍ରୀ ଏସସଓ ନେଇଥିବା ପଦକ୍ଷେପରେ ଖୁସି ଅନୁଭବ କରିଛନ୍ତି । ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ବିଶ୍ୱର ସର୍ବୋଚ ଷ୍ଟ୍ୟାଚୁ ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଦେଶର ପ୍ରଥମ ଗୃହମନ୍ତ୍ରୀ । ୨୦୧୮ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇଙ୍କର ୧୪୩ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତିକୁ ନିର୍ମାଣ କରିଥିଲେ । ଏହି ମୂର୍ତ୍ତିର ଉଚ୍ଚତା ୧୮୨ମିଟର ରହିଛି ।

ପଢନ୍ତୁ: କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

ସମ୍ବନ୍ଧିତ ଖବର

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ବାଲି ବସ୍ତାକୁ ଫାଶୀ ଦେଇ ଫାଶ ପରୀକ୍ଷା କଲେ ଜେଲ୍‌ କର୍ତ୍ତୃପକ୍ଷ

Ratnamani Maharana

ଶ୍ୟାମା ପ୍ରସାଦଙ୍କ ନାମରେ ନାମିତ ହେଲା କୋଲକତା ପୋର୍ଟ

Ratnamani Maharana

୨୦୨୦ରେ ୬୭ ଦିନ ବ୍ୟାଙ୍କ ବନ୍ଦ

Ratnamani Maharana

ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଆସନ୍ତାକାଲିଠାରୁ ବନ୍ଦ ଶିରିଡି ସାଇ ମନ୍ଦିର

Ratnamani Maharana

ସ୍ୱତନ୍ତ୍ର ଚଷମା ପିନ୍ଧି ସୂର୍ଯ୍ୟୋପରାଗ ଦେଖିଲେ ମୋଦି

Ratnamani Maharana