News

ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ବାୟୁ

Yy

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବାୟୁ  ଧୀରେ ଧୀରେ ଉତ୍ତରକୁ ଗତି କରିବା ସହ ଅଧିକ ଶକ୍ତିଶାଳୀ ହେଉଛି । ଏହାକୁ ଭେରି ସିଭିୟର ସାଇକ୍ଲୋନ  ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସାମୁଦ୍ରିକ ବାତ୍ୟା ବାୟୁ ଏବେ ଗୋଆଠାରୁ ୪୬୦ କିମି ଉତ୍ତର-ପଶ୍ଚିମରେ ଓ ମୁମ୍ବାଇଠାରୁ ୨୯୦ କିମି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଆସନ୍ତା ୧୩ ତାରିଖ ସକାଳେ ଗୁଜୁରାଟର ପୋରବନ୍ଦର ଓ ମାହୁଭା   ମଧ୍ୟବର୍ତ୍ତି କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ସେନା ଓ ବାୟୁସେନାର ଟିମ୍ କୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟାକୁ ମୁକାବିଲା କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଜି ସଂଧ୍ୟାସୁଦ୍ଧା ମୋଟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରୀତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ଗତ ମାସରେ ବାୟୁଠାରୁ ଦୁଇଗୁଣ ଶକ୍ତିଶାଳୀ ବାତ୍ୟା ଫନିର ସାମନା କରିଥିବା ଓଡ଼ିଶା ଏହି ବିପଦ ସମୟରେ ଗୁଜୁରାଟକୁ ସହାୟତାର ହାତ ବଢେଇଛି । ଗୁଜୁରାଟ ସରକାରଙ୍କ ଅନୁରୋଧ ମିଳିବା ପରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ  ଗୁଜୁରାଟ ମୁଖ୍ୟ ସଚିବ ଜେଏନ ସିଂଙ୍କ ସହ ଫୋନରେ କଥା ହୋଇଛନ୍ତି । ବାତ୍ୟା ପ୍ରସ୍ତୁତି ଓ ମୁକାବିଲା ଦିଗରେ ଓଡ଼ିଶା ସବୁ ପ୍ରକାରର ସହାୟତା କରିବ ବୋଲି ଶ୍ରୀ ପାଢୀ ପ୍ରତିଶ୍ରୁତି ଦେଇଛନ୍ତି ।

ପଢନ୍ତୁ: ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨

Related posts

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

ENO Beuro

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ENO Beuro

ସ୍କୁଲ ପିଲାଙ୍କୁ ଦଳିଦେଲା ଟ୍ରକ୍‌ ୫ ମୃତ ,୪ ଗୁରୁତର

ENO Beuro

Leave a Comment