EnewsOdia.Com

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

ଗୁଜରାଟରେ ବିଜେପି ସରକାର ଶେଷରେ ୫ବର୍ଷ ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଭଳି ବିଶିଷ୍ଟ ପଦପଦବୀରେ ଅବସ୍ଥାପିତ ବ୍ୟକ୍ତିମାନଙ୍କ ବ୍ୟବହାର ଲାଗି ୧୯୧ କୋଟି ଟଙ୍କାର ଏକ ନୂଆ ବିମାନ କିଣିଛନ୍ତି। ଏହି ବିମାନ କିଣିବା ଲାଗି ୫ ବର୍ଷ ତଳୁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନ କିଣିବା ପ୍ରକ୍ରିୟା ଶେଷ ହୋଇଛି। ଚଳିତମାସ ୩ୟ ସପ୍ତାହରେ ‘ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦’ ବିମାନକୁ ସରକାରକୁ ହସ୍ତାନ୍ତର କରାଯିବ। ଏହା ଏକକାଳୀନ ୭ ହଜାର କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ କରିପାରିବ।

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ରାଜ୍ୟର ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ର ବିମାନକୁ ନିଜ ଗସ୍ତରେ ବ୍ୟବହାର କରିବେ। ବେସାମରିକ ବିମାନ ଚଳାଚଳ ବିଭାଗର ଅଧିକାରୀ କହିଛନ୍ତି​‌ ଯେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବର୍ତ୍ତମାନ ‘ବିଚ୍‌କ୍ରାଫ୍ଟ ସୁପର କିଙ୍ଗ’ ବିମାନ ବ୍ୟବହାର କରାଯାଉଛି, ଯାହା କମ୍‌ ଦୂରତା ଯାତ୍ରା ପାଇ ଉପଯୋଗୀ। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଲମ୍ବା ଯାତ୍ରା ପାଇଁ ଘଣ୍ଟା ପ୍ରତି ୧ ଲକ୍ଷ ଟଙ୍କାରୁ ଅଧିକ ଭଡ଼ା ଦେଇ ଘରୋଇ ବିମାନ ବ୍ୟବହାର କରାଯାଉଛି। ଏଥିପାଇଁ ନୂଆ ବିମାନ କିଣାଯାଇଛି।

ପଢନ୍ତୁ: ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

ସମ୍ବନ୍ଧିତ ଖବର

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

‘ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ’

Ratnamani Maharana

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

Ratnamani Maharana

ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପାକିସ୍ତାନୀ ପକ୍ଷୀ

Ratnamani Maharana

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

ନୂଆବର୍ଷରେ ଉତ୍ସବ ପରିବର୍ତ୍ତେ ଉପବାସ କରିବ କଂଗ୍ରେସ

Ratnamani Maharana